ମୁଖ୍ୟ ଖବର

ବିଜେପିରେ ଯୋଗ ଦେଲେ ହାଣଦିହର ଏକାଧିକ ବିଜେଡି କର୍ମୀ

By Angul TV Bureau

December 29, 2023

ଅନୁଗୁଳ: ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀ ୩ ନମ୍ବର ଜୋନ୍ ବଲାସିଂହା ଗ୍ରାମ ପଞ୍ଚାୟତ ହାଣଡିହର ଏକାଧିକ ବିଜେଡି ନେତା ଆଜି ବିଜେପିରେ ଯୋଗ ଦେଇଛନ୍ତି। ବିଜେଡି ନେତା ସୁଧାକର ଜାଲ, ପ୍ରତାପ ନାଏକ, ରାଜକିଶୋର ନାଏକ, ନରେଶ ଜାଲ, ତୀର୍ଥ ଭୋଇ, ଅନିଲ ନାଏକ, କନ୍ଦର୍ପ ଭୋଇ, ଦୀପକ ଜାଲ, ବିଦ୍ୟାଧର ଭୋଇ, ପ୍ରତାପ ଜାଲ, ବୁଲୁ ଜାଲ, ଗୋବିନ୍ଦ ଜାଲ, ପିଙ୍କୁ ଭୋଇ, ପ୍ରମୋଦ ଭୋଇ, ବିପିନ ଭୋଇ, ଚନ୍ଦ୍ରମଣି ନାଏକ, ସୁରେଶ ନାଏକ, ଅଜୟ ନାଏକ, ଲମ୍ବୋଦର ନାଏକ, ଦ୍ଵାରୀ ନାଏକ, ମାଧବ ନାଏକ, ଅନନ୍ତ ଭୋଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳ ଛାଡ଼ିଥିବା କହିଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଜ୍ୟ ବିଜେପି ଓବିସି ମୋର୍ଚ୍ଚାର ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ପ୍ରଧାନ ( ନିଲୁ ଭାଇ) ଙ୍କ ନେତୃତ୍ଵ ରେ ଆସ୍ଥା ପ୍ରକଟ କରି ସେମାନେ ବିଜେଡି ଛାଡି ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଥିବା କହିଛନ୍ତି।

ଏ ଅବସରରେ ବିଜେପି ଜିଲ୍ଲା ଉପସଭାପତି ଅମୀୟ ତ୍ରିପାଠୀ, ବିଜେପି ନେତା ଦୁଃଖବନ୍ଧୁ ସାହୁ, ଦୟାନିଧି ଦାସ, ବିଜେପିର ପଞ୍ଚାୟତ ସଭାପତି ମନୋଜ ସାହୁ, ଗଣେଶ୍ୱର ସାହୁ, ପ୍ରତାପ ଦେହୁରୀ, ନବକିଶୋର ଜାଲ, ଉମେଶ ଜାଲ, ଦିଲ୍ଲୀପ ଜାଲ, ନିର୍ମଳ ସାହୁ, ପ୍ରଦ୍ୟୁମ୍ନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।