ମୁଖ୍ୟ ଖବର

ମିଶ୍ରଣ ପର୍ବ: ଶଙ୍ଖ ଛାଡ଼ି ପଦ୍ମ ଦଳରେ ଯୋଗ ଦେଲେ ରନ୍ତଲେଇ ପଞ୍ଚାୟତର ଏକାଧିକ କର୍ମୀ

By Angul TV Bureau

December 31, 2023

ଅନୁଗୁଳ: ଆଜି ପୁଣି ପଦ୍ମ ଧରିଛନ୍ତି ଏକାଧିକ ବିଜେଡି କର୍ମୀ। ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀର ୨ ନମ୍ବର ଜୋନ୍ ରନ୍ତଲେଇ ପଞ୍ଚାୟତର ବହୁ ବିଜେଡି କର୍ମକର୍ତ୍ତା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗ ଦେଇଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଜ୍ୟ ବିଜେପି ଓବିସି ମୋର୍ଚ୍ଚାର ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ପ୍ରଧାନ (ନିଲୁ ଭାଇ) ଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି।

ଅନ୍ୟମାନଙ୍କ ମଧ୍ୟରେ ବିଜେପି ନେତା ଦିଲ୍ଲୀପ ପ୍ରଧାନ, ପୂର୍ବତନ ସରପଞ୍ଚ ପ୍ରମୋଦ ବେହେରା, ପୂର୍ବତନ ସମିତି ସଭ୍ୟ ସୁଜିତ୍ ସାହୁ, ବିଜେପି ନେତା ବାଙ୍କନିଧି ବେହେରା, ମାନସ ପ୍ରଧାନ, ଶିଖିଧ୍ଵଜ ଦାସ, ଭରତ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।