ଅନ୍ୟାନ୍ୟ

ମିଶ୍ରଣ ପର୍ବ: ବିଜେପିରେ ଯୋଗ ଦେଲେ ଏକାଧିକ ବିଜେଡି କର୍ମୀ

By Angul TV Bureau

January 10, 2024

ଅନୁଗୁଳ: ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀ ୩ ନମ୍ବର ଜୋନ୍ ବଲାସିଂହା ଗ୍ରାମ ପଞ୍ଚାୟତର ଏକାଧିକ ବିଜେଡି କର୍ମୀ ଆଜି ବିଜେପିରେ ଯୋଗ ଦେଇଛନ୍ତି।

ହାଣଡିହ, ସୁରାବ ଓ ବଲାସିଂହାର ବିଜେଡି ନେତା ବିଦ୍ୟାଧର ସାହୁ, ଦୁଷ୍ମନ୍ତ ସେଠୀ, ମାନସ ବାରିକ, ୱାର୍ଡମେମ୍ବର କୁଶ ସାହୁ, କାରୁ ଘଡ଼େଇ, ଦୁଷ୍ମନ୍ତ ପ୍ରଧାନ, ଜିତେନ୍ଦ୍ର ବାରିକ, ପ୍ରଭାକର ବାରିକ, ପ୍ରକାଶ ବାରିକ, ସୁଶାନ୍ତ ବଗାର, ଦୁର୍ଯ୍ୟୋଧନ ପ୍ରଧାନ, ଶାନ୍ତନୁ ଘଡ଼େଇ, ଦିଲ୍ଲୀପ ବେହେରା, ସରୋଜ ସାହୁ, ଅଭିରାମ ସାହୁ, ବିପ୍ରବର ସାହୁ, ସୁବାଷ ଗୋଛାୟତ, ପ୍ରଦ୍ୟୁମ୍ନ ବାରିକ, ଭାବଗ୍ରାହୀ ସାହୁ, ଅନାମ ପ୍ରଧାନ, ସୁବାଷ ସେଠୀ, କୁନା ଭୋଇ, ରମେଶ ଜାଲ, ପ୍ରଶାନ୍ତ ବଗାର, ଦୁଆରି ଘଡେଇ ପ୍ରମୁଖ ଶଙ୍ଖ ଛାଡ଼ି ପଦ୍ମ ଧରିଛନ୍ତି। ଏ ଅବସରରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଜ୍ୟ ବିଜେପି ଓବିସି ମୋର୍ଚ୍ଚାର ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ପ୍ରଧାନ ( ନିଲୁ ଭାଇ), ଦୁଃଖବନ୍ଧୁ ସାହୁ, ସଂଯୋଜକ ଦିଲ୍ଲୀପ ଦାସ, ପୂର୍ବତନ ସରପଞ୍ଚ କନ୍ଦର୍ପ ମହାରଣା, ବଲାସିଂହା ପଞ୍ଚାୟତର ସଭାପତି ମନୋଜ ସାହୁ, ଗଣେଶ୍ଵର ସାହୁ, ପ୍ରତାପ ଦେହୁରୀ, ନାରଣ ପ୍ରଧାନ, ଭାବଗ୍ରାହୀ ପ୍ରଧାନ, ୱାର୍ଡ ମେମ୍ବର ଚକ୍ରଧର ସାହୁ, ଯୁଧିଷ୍ଠିର ସାହୁ, ଦୁଃଶାସନ ପ୍ରଧାନ, ପଙ୍କଜ ସାହୁ, ଅଦୈତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।