ମୁଖ୍ୟ ଖବର

ବିଜେପିର ମିଶ୍ରଣ ପର୍ବ: ଶଙ୍ଖ ଛାଡ଼ି ପଦ୍ମ ଧରିଲେ ଅସନ୍ତୁଷ୍ଟ ବିଜେଡି କର୍ମୀ

By Swagatika Samantray

April 24, 2024

ଅନୁଗୁଳ: ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀ ୨୮ ନମ୍ବର ଜୋନ୍ ଅନ୍ତର୍ଗତ ମହୀଧରପୁର ମଣ୍ଡଳ ଗଡ଼ତଳମୂଳ ପଞ୍ଚାୟତ ଗୋଛାୟତ ସାହିର ବହୁ ଅସନ୍ତୁଷ୍ଟ ବିଜେଡି କର୍ମୀ ବିଜେପିରେ ଯୋଗ ଦେଇଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ରାଜ୍ୟ ବିଜେପି ଓବିସି ମୋର୍ଚ୍ଚାର ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ପ୍ରଧାନ ( ନିଲୁ ଭାଇ) ସେମାନଙ୍କୁ ଦଳୀୟ ଉତ୍ତରୀୟ ଦେଇ ଦଳକୁ ସ୍ବାଗତ୍ ଜଣାଇଥିଲେ।

ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀର ସଂଯୋଜକ ଦିଲ୍ଲୀପ ଦାସ, ଛେଳିଆପଡା ପଞ୍ଚାୟତର ସରପଞ୍ଚ କୁମର ମୁଦୁଲି, କନ୍ଦର୍ପ ମହାରଣା, ସୁଦୀପ୍ତ ସ୍ବାଇଁ, ରବି ଗୋଛାୟତ, ସୁଶାନ୍ତ ଗୋଛାୟତ, ନରେଶ ଗୋଛାୟତ, ଅରତ ଗୋଛାୟତ, ବିପିନ ଗୋଛାୟତ, ବିଳାସ ଗୋଛାୟତ, ସୁଷମା ଗୋଛାୟତ, ବନିତା ଗୋଛାୟତ, ଲକ୍ଷ୍ମୀ ଗୋଛାୟତ, ସୁନିତା ଗୋଛାୟତ ଓ ବେବୀ ଗୋଛାୟତଙ୍କ ସମେତ ବହୁ ଯୁବନେତା ଓ ଗ୍ରାମବାସୀ ଉପସ୍ଥିତ ଥିଲେ।