ମୁଖ୍ୟ ଖବର

ଓଡ଼ିଶାରେ ମଜଭୁତ ହେଉଛି ବିଜେପି! କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ପଦ୍ମ ଧରିଲେ ବିଜେଡି ଓ କଂଗ୍ରେସର ଶତାଧିକ ନେତା

By Angul TV Bureau

June 26, 2023

ଖମାର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଆଜି ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ଯୋଗଦେଇଛନ୍ତି।

କେନ୍ଦ୍ର ମନ୍ତ୍ରୀ ଆଜି ପାଳଲହଡା ନିର୍ବାଚନମଣ୍ଡଳୀ ଖମାର ଠାରେ ଗରିବ କଲ୍ୟାଣ ସମାବେଶ କରିଥିଲେ। ଭୀଷଣ ବର୍ଷା ସତ୍ତ୍ୱେ ଆଠ ହଜାରରୁ ଅଧିକ ଏଥିରେ ଯୋଗ ଦେଇଥିଲେ। ଏ ଅବସରରେ ବିଜେଡିର ବରିଷ୍ଠ ନେତା ଉତ୍ସବ ସାହୁ ୧୨୩ ସମର୍ଥକଙ୍କୁ ନେଇ ବିଜେପିରେ ଯୋଗ ଦେଇଛନ୍ତି। ସେହିପରି ବଜ୍ରକୋଟ ଯୁବ ନେତା ପରମ ବିଳାଶ ଓ ରାମଚନ୍ଦ୍ର ଜେନା ଶହେରୁ ଅଧିକ ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେଇଛନ୍ତି। ଇଞ୍ଜିଡି ବିଜେଡି ସମର୍ଥିତ ସଭ୍ୟା ଅମାନୀ ଦେହୁରି, ପୂର୍ବତନ ସମିତି ସଭ୍ୟା କଂଗ୍ରେସ ନେତ୍ରୀ ଶୋଭାଙ୍ଗିନୀ ପ୍ରଧାନ ଓ ଓକିଲ ପ୍ରସନ୍ନ ପ୍ରଧାନ ଶତାଧିକ ସମର୍ଥକଙ୍କୁ ନେଇ ବିଜେପିରେ ଯୋଗ ଦେଇଛନ୍ତି। ଡେରଙ୍ଗ ପୂର୍ବତନ ସରପଞ୍ଚ ପ୍ରକାଶ ସାହୁ, କଂଗ୍ରେସ ନେତା କନ୍ଦର୍ପ ବେହେରା, ଲୋକନାଥ ବେହେରା, ବିଜେଡିର ଗଙ୍ଗାଧର ଦେହୁରି ପ୍ରମୁଖ ମଧ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେପିରେ ମିଶିଛନ୍ତି।

କେନ୍ଦ୍ରମନ୍ତ୍ରୀ ସମସ୍ତଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରିଥିବା ଜଣାଯାଇଛି।