ମୁଖ୍ୟ ଖବର

ବିଜେପିର ମିଶ୍ରଣ ପର୍ବ: ଶଙ୍ଖ ଛାଡ଼ି ପଦ୍ମ ଧରିଲେ ୨୫ ଅସନ୍ତୁଷ୍ଟ ବିଜେଡି କର୍ମୀ

By Angul TV Bureau

July 11, 2023

ଅନୁଗୁଳ: ଅନୁଗୁଳ ବିଧାନସଭା ନିର୍ବାଚନ ମଣ୍ଡଳୀର ମିଶ୍ରପଡ଼ା ସ୍ଥିତ ବିଜେପି ଶାଖାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଏହି ମିଶ୍ରଣ ପର୍ବରେ ରନ୍ତଲେଇ ପଞ୍ଚାୟତ ୱାର୍ଡ ନଂ – ୬ ର ବହୁ ଅସନ୍ତୁଷ୍ଟ ବିଜେଡି କର୍ମୀ ବିଜେପିରେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଶିକ୍ଷା, ଦକ୍ଷତା ଓ ଉଦ୍ୟୋମିତା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ୨୫ ଜଣ ଅସନ୍ତୁଷ୍ଟ ବିଜେଡି କର୍ମୀ ପଦ୍ମ ଧରିଛନ୍ତି। ପ୍ରତାପ ଚନ୍ଦ୍ର ପ୍ରଧାନ ସମସ୍ତ କର୍ମୀଙ୍କୁ ଦଳର ଉତ୍ତରୀୟ ଓ ଟୋପି ପିନ୍ଧାଇ ଭାରତୀୟ ଜନତା ପାର୍ଟି ଦଳକୁ ସ୍ବାଗତ କରିଥିଲେ। ମିଶ୍ରଣ ପର୍ବରେ ଅନୁଗୁଳ ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରଭାରି ଯଯାତୀ ପଟ୍ଟନାୟକ, ଜିଲ୍ଲା ସମ୍ପାଦକ ପ୍ରଭାତ ପ୍ରଧାନ, ଅନୁଗୁଳ ବିଧାନସଭା ସଂଯୋଜକ ଦିଲ୍ଲୀପ ଦାସ, ପ୍ରଭାତ ପ୍ରଧାନ, ପୂର୍ବତନ ସରପଞ୍ଚ ପ୍ରମୋଦ ବେହେରା, ବାଙ୍କନିଧି ବେହେରା ପୂର୍ବତନ ସମିତି ସଭ୍ୟ ସୁଜିତ ସାହୁ, ଶୁଭ୍ରଜ୍ୟୋତି ଦାସ, ଦୀନବନ୍ଧୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।