ମୁଖ୍ୟ ଖବର

ଆଠମଲ୍ଲିକରେ ‘ଶଙ୍ଖ’ ଓ ‘ହାତ’ ଛାଡ଼ି ପଦ୍ମ ଧରିଲେ ଶତାଧିକ କର୍ମୀ

By Angul TV Bureau

September 01, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବିଧାନସଭା ସାତକୋଶିଆ ମଣ୍ଡଳର ମାଣିକଯୋଡ଼ି ପଞ୍ଚାୟତରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଜିଲ୍ଲା ବିଜେପି ସଭାପତି ଦିଲେଶ୍ୱର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶତାଧିକ କଂଗ୍ରେସ ଓ ବିଜେଡି କର୍ମୀ ବିଜେପିରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି।

ଏ ଅବସରରେ କଂଗ୍ରେସ ନେତା ଅଞ୍ଜନ ପ୍ରଧାନ ଓ ବିଜେଡି ନେତା ଦିଲେଶ୍ୱର ପ୍ରଧାନଙ୍କ ନେତୃତ୍ଵରେ ଶତାଧିକ ମହିଳା ଓ ପୁରୁଷ ବିଜେପିରେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି, ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଂଜୀବ ସାହୁ, ମଣ୍ଡଳ ସଭାପତି ଅନନ୍ତ ବାସୁଦେବ ମହାନ୍ତି, ଜିଲ୍ଲା କୋଷାଧ୍ୟକ୍ଷ ବିଶ୍ଵଜିତ ମିଶ୍ର, ବିଧାନସଭା ସଂଯୋଜକ ଅଲେଖ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।