ମୁଖ୍ୟ ଖବର

ରାଜନୀତି ହଟଚମଟ: ବିଜେପିରେ ଯୋଗ ଦେଲେ ବନ୍ତଳାର ଏକାଧିକ ବିଜେଡି ନେତା

By Angul TV Bureau

December 13, 2023

ଅନୁଗୁଳ: ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀ ୪ ନମ୍ବର ଜୋନ୍ ବନ୍ତଳା ମଣ୍ଡଳ ବଡ଼କନ୍ତକୂଳ ପଞ୍ଚାୟତ ଜାମୁଗାଡିଆର ଏକାଧିକ ବିଜେଡି ନେତା ଆଜି ବିଜେପିରେ ଯୋଗ ଦେଇଛନ୍ତି।

ବିଜେଡି ନେତା ସୁଧାକର ପ୍ରଧାନ, ଅମରନାଥ ମହାକୁଡ, ସୁରଥ ଦେହୁରୀ, ବାପି ସାମଲ, ସୁମନ୍ତ ସାହୁ, ସତ୍ୟ ପ୍ରଧାନ, ପ୍ରଦୀପ ବିଶ୍ଵାଳ, ରବି ବାଡ଼ିଆ, ବିଦ୍ୟାଧର ବାଡ଼ିଆ, ଅନ୍ତର୍ଯ୍ୟାମୀ ସାହୁ, ବୀରେନ୍ ସାହୁ, ଚିଣ୍ଟୁ ବିଶ୍ଵାଳ, ମାମୁଲି ବିଶ୍ଵାଳ, ରକି ପ୍ରଧାନ, ପାର୍ଥ ପ୍ରଧାନ ଆଜି ଶଙ୍ଖ ଛାଡ଼ି ପଦ୍ମ ଧରିଛନ୍ତି।

ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ (ନିଲୁ ଭାଇ), ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ରନାରାୟଣ ପାଣି, ଜିଲ୍ଲା ବିଜେପି ସଭାପତି ଦିଲେଶ୍ଵର ପ୍ରଧାନ, ବିଜେପି ଢେଙ୍କାନାଳ ଲୋକସଭାର ସହ ପ୍ରଭାରୀ ପ୍ରେମାନନ୍ଦ ଜେନା, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ବିଜେପି ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀର ପ୍ରଭାରୀ ଯଯାତି ପଟ୍ଟନାୟକ, ବିଜେପି ନେତା ଦିଲ୍ଲୀପ ପ୍ରଧାନଙ୍କ ଉପସ୍ଥିତିରେ ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ସମସ୍ତେ ବିଜେପିରେ ଯୋଗଦାନ କରିଛନ୍ତି।

ଏ ଅବସରରେ ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଂଯୋଜକ ଚନ୍ଦ୍ରକାନ୍ତ ଧଳ, ଜିଲ୍ଲା ସଭାପତି ସିଦ୍ଧାର୍ଥ ରାଉତରାୟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁଦୀପ୍ତ ସ୍ଵାଇଁ, ବିଜେପି ନେତା ଜଳନ୍ଧର ବିଶ୍ଵାଳ, ଅନନ୍ତ ସାହୁ, ସୂର୍ଯ୍ୟକାନ୍ତ ପ୍ରଧାନ, ପ୍ରଫୁଲ ଘଡେଇ, ସୁଶାନ୍ତ ପ୍ରଧାନ ସମସ୍ତଙ୍କୁ ଦଳକୁ ସ୍ୱାଗତ କରିଥିଲେ।