ଅନ୍ୟାନ୍ୟ

ବିଜେପିର ମହାମିଶ୍ରଣ ପର୍ବ

By Biswaranjan Pattnaik

January 11, 2021

ଅନୁଗୁଳକୁ ଏକ ନମ୍ବର ଜିଲ୍ଲା କରିବା ପାଇଁ ଦେଲେ ଡାକରା ଅନୁଗୁଳ : ରବିବାର ସନ୍ଧ୍ୟାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଣୀଗୋଡାସ୍ଥିତ ଦଳ କାର୍ଯ୍ୟାଳୟରେ ମହାମିଶ୍ରଣ ପର୍ବରେ ଯୋଗ ଦେଇଥିଲେ।ମନ୍ତ୍ରୀ ଶ୍ରୀ ପ୍ରଧାନ ଏ ଅବସରରେ କର୍ମୀ ମାନଙ୍କୁ ଅନୁଗୁଳ ଜିଲ୍ଲାକୁ ଏକ ନମ୍ବର ଜିଲ୍ଲାରେ ପରିଣତ କରିବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଭିନ୍ନ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଡାକରା ଦେଇଥିଲେ। ଏହି ମିଶ୍ରଣ ପର୍ବରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶତାଧିକ ଲୋକ କଂଗ୍ରେସ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ।