ମୁଖ୍ୟ ଖବର

ବିଜେପିରେ ମିଶିଲେ ବିଜେଡି ନେତା ପାର୍ଥସାରଥୀ ପ୍ରଧାନ ଓ ଅଜୟ ସାହୁ

By Angul TV Bureau

November 23, 2025

ଅନୁଗୁଳ: ଅନୁଗୁଳ ବିଧାନସଭା ନିର୍ବାଚନ ମଣ୍ଡଳୀ ଛେଳିଆପଡା ପଞ୍ଚାୟତର ବିଜେଡି ନେତା ପାର୍ଥସାରଥୀ ପ୍ରଧାନ ଓ ଅଜୟ ସାହୁ ଆଜି ଏକ ମିଶ୍ରଣ ପର୍ବରେ ବିଜେପିରେ ଯୋଗଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଏବଂ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ଵ ଓ ବିକାଶ ମୂଳକ କାର୍ଯ୍ୟରେ ଆସ୍ଥା ପ୍ରକଟ କରି ତାଙ୍କ ଉପସ୍ଥିତିରେ ଉଭୟ ଦଳରେ ସାମିଲ୍ ହୋଇଛନ୍ତି।

ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ନେତା ଦୁଃଖବନ୍ଧୁ ସାହୁ, ସ୍ଥାନୀୟ ସରପଞ୍ଚ କୁମର ମୁଦୁଲି, ସମିତି ସଭ୍ୟ ମନୋଜ ସ୍ଵାଇଁ, ପୂର୍ବତନ ସରପଞ୍ଚ ଅକ୍ଷୟ ପ୍ରଧାନ, ପୂର୍ବତନ ସରପଞ୍ଚ ଝରଣା ମହାଳିକ, ବିଜେପି ନେତା ଦାମୋଦର ବାରିକ, ଅନୁ ପ୍ରଧାନ, ବିଜେପିର ପଞ୍ଚାୟତ ସଭାପତି ସଞ୍ଜୟ ପ୍ରଧାନ, ବିଜେପି ଯୁବମୋର୍ଚ୍ଚା ସଦସ୍ୟ ଅସିତ ସାହୁ, ଟୁକୁ ପ୍ରଧାନ, ରିତୁ ପ୍ରଧାନ, ସୀତାଂଶୁ ନାଥ ଓ ଦଳର କର୍ମକର୍ତ୍ତା ପାର୍ଥସାରଥୀ ଓ ଅଜୟଙ୍କୁ ଦଳକୁ ସ୍ୱାଗତ ଜଣାଇଥିଲେ।