ଅନ୍ୟାନ୍ୟ

ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଯଯାତି ପଟ୍ଟନାୟକଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

By Angul TV Bureau

February 18, 2025

ଅନୁଗୁଳ : ଅନୁଗୁଳ ଜିଲ୍ଲା ବିଜେପି ସଭାପତି ହେଲେ ବରିଷ୍ଠ ନେତା ଯଯାତି ପଟ୍ଟନାୟକ। ରାଜ୍ୟ ନିର୍ବାଚନ ଅଧିକାରୀ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ତାଙ୍କ ନାଁ ଘୋଷଣା କରିଛନ୍ତି। ଯଯାତି ପଟ୍ଟନାୟକଙ୍କ ନାମ ଘୋଷଣା ହେବା ପରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି। ତାଙ୍କ ତାଳଚେର ସ୍ଥିତ ବାସଭବନକୁ ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରୁ କାର୍ଯ୍ୟକର୍ତ୍ତାମାନେ ଆସି ଅଭିନନ୍ଦନ ଜଣାଉଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ବିଜେପି ଜୋନାଲ ମିଡିଆ ସେଲ ସଂଯୋଜକ ପର୍ଶୁରାମ ବାରିକ, ରେଳ ମଣ୍ଡଳ ସଭାପତି ବରୁଣ ସାହୁ, ତାଳଚେର ପୌର ମଣ୍ଡଳର ସାଧାରଣ ସମ୍ପାଦକ ନିରୋଜ ଦାସ ଓ ଜ୍ଞାନେନ୍ଦ୍ରୀୟ ସେଠୀ, ରାଜେଶ ଦଳେଇ, ଜଗଦୀଶ ସିଂହ, ପୂର୍ଣ୍ଣଚନ୍ଦ୍ର ବେହେରା, ସୁକାନ୍ତ ରାୟ, ଜିତେନ୍ଦ୍ର ଦାସ, ଅରବିନ୍ଦ ମିଶ୍ର, ଜଗଦୀଶ ମିଶ୍ର, ସୁନୀଲ ପଟ୍ଟନାୟକ, ଅକ୍ଷୟ ବିଶ୍ୱାଳ, ବିଜୟ ନାଏକଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ସୋମବାର ଦିନ ତମାମ ତାଙ୍କ ବାସଭବନରେ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।