ଅନ୍ୟାନ୍ୟ

ଛେଣ୍ଡିପଦାରେ ବିଜେପିର ସାଂଗଠନିକ ବୈଠକ, ଯୋଗ ଦେଲେ ଜିଲ୍ଲା ପ୍ରଭାରୀ ଗୋଲକ ମହାପାତ୍ର

By Angul TV Bureau

July 20, 2026

ଅନୁଗୋଳ: ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ପକ୍ଷରୁ ସ୍ଥାନୀୟ ପାର୍ଟି ଅଫିସରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରାଙ୍କ ନେତୃତ୍ୱରେ ଆୟୋଜିତ ଏହି ବୈଠକରେ ଦଳୀୟ ପର୍ଯ୍ୟବେକ୍ଷକ ତଥା ଜିଲ୍ଲା ପ୍ରଭାରୀ ଗୋଲକ ମହାପାତ୍ର ଯୋଗ ଦେଇଥିଲେ। ସେ ଦଳୀୟ ସାଂଗଠନିକ ସ୍ଥିତି ସମୀକ୍ଷା କରିବା ସହ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଓ ମଣ୍ଡଳ ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କୁ ଗୁରୁ ମନ୍ତ୍ର ଦେଇଥିଲେ। ମାଛକୁଟା ଓ ପାତ୍ରପଡ଼ା ପଞ୍ଚାୟତରେ ବୁଥ ସ୍ତରୀୟ ସ୍ଥିତି ନେଇ ମଧ୍ୟ ଆଲୋଚନା କରିଥିଲେ।

ଏହି ଅବସରରେ ଶ୍ରୀ ମହାପାତ୍ର ଛେଣ୍ଡିପଦା ସ୍ଥିତ ଶ୍ରୀ ଜଗନ୍ନାଥ ମାଉସୀମା ମନ୍ଦିର, ପାତ୍ରପଡ଼ାର ମା’ ବାଟବାୟାଣୀ ମନ୍ଦିର ଓ ପର୍ଯ୍ୟଟନ ସ୍ଥଳୀ ପରିଦର୍ଶନ କରିଥିଲେ। କୋଶଳ, ଛେଣ୍ଡିପଦା, ପୋଡାପଡ଼ା, ବାଗଡିଆ, ଖମାର, ଗଡମଣ୍ଡଳ, ପାତ୍ରପଡ଼ା ଆଦି ସ୍ଥାନରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।ଏଥିରେ ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ, ନିର୍ବାଚନ ମଣ୍ଡଳୀ ସଂଯୋଜକ ଗୋପବନ୍ଧୁ ଗଡ଼ନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜିଲ୍ଲା ପ୍ରତିନିଧି ସୁଦୀପ କୁମାର ଗଡ଼ନାୟକ, ମିଡିଆ ସଂଯୋଜକ ଅକ୍ଷୟ ପାଦ ବେହେରା, ଜିଲ୍ଲା ପରିଷଦ ସଦସ୍ୟ ଯଶୋବନ୍ତ ପ୍ରସାଦ ବେହେରା, ହିମାଂଶୁ ସ୍ୱାଇଁଙ୍କ ସମେତ ଦଳୀୟ ପଦାଧିକାରୀ ଓ କର୍ମୀମାନେ ଉପସ୍ଥିତ ଥିଲେ।