ମୁଖ୍ୟ ଖବର

ମାଟ୍ରିକ ପରୀକ୍ଷା ପରିଚାଳନାରେ ତ୍ରୁଟିକୁ ବିଜେପିର ତୀବ୍ର ବିରୋଧ, ଦାହ କଲା ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀଙ୍କ କୁଶ ପୁତ୍ତଳିକା

By Angul TV Bureau

March 20, 2023

ଅନୁଗୁଳ: ମାଟ୍ରିକ ପରୀକ୍ଷା ପରିଚାଳନାରେ ତ୍ରୁଟି, ପ୍ରଶ୍ନପତ୍ର ଲିକ ଓ ବିକ୍ରି ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ ବୋଲି କହି ଅନୁଗୁଳ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି।

ଅନୁଗୁଳ ପୌରପାଳିକା ଅଫିସ ସମ୍ମୁଖ ସ୍ଥାନୀୟ ରାଜା ଛକଠାରେ ଭାରତୀୟ ଜନତା ପାର୍ଟି ତରଫରୁ ଓଡିଶା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା। ରାଜ୍ୟ ସରକାର ପ୍ରତିବର୍ଷ ମାଟ୍ରିକ ପରୀକ୍ଷା ଦେଉଥିବା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାର ଘେରକୁ ଠେଲି ଦେଉଛନ୍ତି। ଏଣୁ ସେ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ବିଜେପି ଦାବି କରିଥିଲା।

ଏହି କୁଶପୁତ୍ତଳିକା ଦାହ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅନୁଗୁଳ ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଯଯାତୀ ପଟ୍ଟନାୟକ, ଯୁବ ନେତା ଗୋପାଳ ଦାସ, ଶ୍ରୀକାନ୍ତ ତ୍ରିପାଠୀ, ବିଭୀଷଣ ସାହୁ, ମିଲନ ସାହୁ, ଲାଲବାହାଦୁର ଗଡନାୟକ, ଚିନ୍ମୟ ପାଢୀ, ଶ୍ରୀକାନ୍ତ ବାରିକ ଓ ସମରେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ।