ମୁଖ୍ୟ ଖବର

ବିଜେପିର ଟାର୍ଗେଟରେ ଶାସକ ଦଳ: ଅନୁଗୁଳ ଜିଲ୍ଲା ପାଇଁ ବିଜେଡି କ’ଣ କରିଛି ବୋଲି କଲେ ପ୍ରଶ୍ନ

By Angul TV Bureau

August 31, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଗୁରୁବାର ବିଜେପିର ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏ ଅବସରରେ ଅନୁଗୁଳରେ ଦୀର୍ଘ ବର୍ଷ ଧରି ବିଜେଡି ଶାସନ କ୍ଷମତାରେ ଅଛି କିନ୍ତୁ ଅନୁଗୁଳ ଜିଲ୍ଲାବାସୀଙ୍କ ପାଇଁ କଣ କରିଛି ବୋଲି ଜିଲ୍ଲା ବିଜେପି ସଭାପତି ଦିଲେଶ୍ୱର ପ୍ରଧାନ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚେଷ୍ଟାରେ ମୋଦି ସରକାର ଅନୁଗୁଳ ଜିଲ୍ଲାର ବିକାଶ ପାଇଁ ୬୦ ହଜାର କୋଟି ଟଙ୍କା ଦେଇଛନ୍ତି। ଅଫିସର ମାନେ ବିଜେଡିର ଦଳୀୟ କାର୍ଯ୍ୟରେ ବ୍ୟସ୍ତ ଥିବାରୁ ମୋଦି ପଠାଉ ଥିବା ଅର୍ଥରେ ଜିଲ୍ଲାର ବିକାଶ କାର୍ଯ୍ୟ ଠିକ ଭାବେ ହୋଇ ପାରୁନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।

ଅନୁଗୁଳ ଜିଲ୍ଲାରେ ଟ୍ରାଫିକ ସମସ୍ୟା ଗୁରୁତ୍ବର, ହାତୀ ଉପଦ୍ରବ ଦୈନିକ ଲୋକ ମୃତ୍ୟୁବରଣ କରୁଛନ୍ତି, ବିଜୁଳି କାଟ, ଧଳା ଜହର, ମହିଳାଙ୍କ ସୁରକ୍ଷା, ଏବେ ଦୁଇଜଣ ହୋମଗାର୍ଡ ଉପରେ ଉପରିସ୍ଥ ଅଧିକାରୀଙ୍କର ନିର୍ଯାତନା ଯୋଗୁଁ ଜଣେ ପ୍ରାଣ ହରାଇବା ଏବଂ ଅନ୍ୟ ଜଣେ ଦୁଇଟି ଗୋଡ଼ ହରାଇ ଅକର୍ମଣ୍ୟ ହେବା ଏ ସବୁ ସମସ୍ୟାକୁ ନେଇ ବିଜେଡି ସାଂସଦ ବିଧାୟକ କେବେ ଆନ୍ଦୋଳନ କରିବେ ବୋଲି ଶ୍ରୀ ସାମଲ ପ୍ରଶ୍ନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଗସ୍ତି ବେହେରା, ବିଜେପି ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।