ମୁଖ୍ୟ ଖବର

ପବିତ୍ର ମୋହନ ମେଡିକାଲ ବୁଲି ସ୍ଥିତି ପରଖିଲା ବିଜେପି, ରୋଗୀଙ୍କ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି

By Angul TV Bureau

July 11, 2025

ଅନୁଗୁଳ : ଅନୁଗୁଳ ପବିତ୍ର ମୋହନ ମେଡିକାଲ ଯାଇ ସ୍ଥିତି ପରଖିଛନ୍ତି ବିଜେପିର ଏକ ପ୍ରତିନିଧି ମଣ୍ଡଳୀ। ପରେ ଜିଲ୍ଲା ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ମାନସ କୁମାର ବିଶ୍ୱାଳଙ୍କୁ ଭେଟି ମେଡିକାଲର ଅଭାବ ଅସୁବିଧା ବିଷୟରେ ଆଲୋଚନା କରିଛନ୍ତି।

ସୂଚନା ମୁତାବକ, ଶୁକ୍ରବାର ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣିଙ୍କ ପ୍ରତିନିଧି ସୋମନାଥ ରାଉତଙ୍କ ନେତୃତ୍ୱରେ ଏକ ଟିମ୍ ପବିତ୍ର ମୋହନ ମେଡିକାଲକୁ ଯାଇ ରୋଗୀଙ୍କୁ ଦେଖା କରିବା ସହ ସମସ୍ତ ଅଭାବ ଅସୁବିଧା ବିଷୟରେ ବୁଝିଥିଲେ। ରୋଗୀମାନେ ଅଭିଯୋଗ କରିଥିଲେ ଯେ ମେଡିକାଲରେ ରୋଗୀ ସହଯୋଗୀଙ୍କ ପାଇଁ ବିଶ୍ରାମଗାର ନାହିଁ। ଏଥିସହ ଅନଲାଇନ ମାଧ୍ୟମରେ ଓପିଡି ଟିକେଟ ବୁକିଂ, ଜୋତା ଷ୍ଟାଣ୍ଡ, ବାଇକ ଷ୍ଟାଣ୍ଡ ଶୀଘ୍ର ହେବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣିଙ୍କୁ ଅବଗତ କରି ସମସ୍ୟାଗୁଡିକ ଶୀଘ୍ର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ, ମନ୍ତ୍ରୀଙ୍କ ଛେଣ୍ଡିପଦା ପ୍ରତିନିଧି ବିଜୟ ମାଝୀ, ଯୁବନେତା ସୁଦୀପ୍ତ ସ୍ୱାଇଁ, ଅଜିତ ପଟ୍ଟନାୟକ, ସଞ୍ଜୟ ରାଉତଙ୍କ ସହିତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।