ମୁଖ୍ୟ ଖବର

୨୦୨୪ ପାଇଁ ବିଜେପିର ପ୍ରସ୍ତୁତି: ଛେଣ୍ଡିପଦାରେ ଭୋଟର ସଚେତନତା ମହାଅଭିଯାନ ଓ ସାଂଗଠନିକ ବୈଠକ ଆୟୋଜିତ

By Sanjeeb Biswal

August 23, 2023

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ତରଫରୁ ଛେଣ୍ଡିପଦା ବ୍ଲକର ୩୪ ପଞ୍ଚାୟତକୁ ନେଇ ଛେଣ୍ଡିପଦା ବିଜେପି କାର୍ଯ୍ୟାଳୟଠାରେ ଭୋଟର ସଚେତନତା ଶିବିର ଓ ଦଳର ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ପ୍ରାକ୍ତନ ରାଜ୍ୟସଭା ସାଂସଦ ରୁଦ୍ର ନାରାୟଣ ପାଣି ଯୋଗଦେଇ ଭୋଟର ତାଲିକା ସଂଶୋଧନ ଏବଂ ଭାରତୀୟ ଜନତା ପାର୍ଟିର ସଂଗଠନ ବିଷୟରେ ସୂଚନା ଦେଇଥିଲେ। ଯୁବନେତା ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଗସ୍ତି ବେହେରା ଭୋଟର ତାଲିକା ରେ ନୂଆ ଭୋଟର ତାଲିକାଭୁକ୍ତ କରିବା ଓ କୌଣସି କାରଣରୁ ଭୋଟର ଉପସ୍ଥିତ ନଥିଲେ ନାମ ବାଦ୍ ଦେବା ଏବଂ ଭୋଟର ତାଲିକା ସମ୍ବନ୍ଧିତ ସମସ୍ତ କାର୍ଯ୍ୟର ବିବରଣୀ ପ୍ରଦାନ କରିଥିଲେ।

ବୈଠକରେ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ପ୍ରଭାରୀ ଦିଲ୍ଲୀପ ପ୍ରଧାନ, ନିର୍ବାଚନ ମଣ୍ଡଳୀର ସଂଯୋଜକ ଯଶୋବନ୍ତ ପ୍ରସାଦ ବେହେରା, ବାଗେଡିଆ ମଣ୍ଡଳ ସଭାପତି ମନୋରଞ୍ଜନ ଆଚାର୍ଯ୍ୟ, ଛେଣ୍ଡିପଦା ମଣ୍ଡଳ ସଭାପତି ଗୋପବନ୍ଧୁ ଗଡ଼ନାୟକ, କୋଶଳା ମଣ୍ଡଳ ସଭାପତି ଧୋବେଈ ସାହୁ, ଜରପଡା ମଣ୍ଡଳ ସଭାପତି ଚିତ୍ରସେନ ସାହୁ ଓ ସମସ୍ତ ଗ୍ରାମ ପଞ୍ଚାୟତ ଶକ୍ତି ପ୍ରମୁଖ, ବୁଥ ସଭାପତି ଓ ବିଏଲ୍ଓ ଉପସ୍ଥିତ ଥିଲେ। ଛେଣ୍ଡିପଦା ମଣ୍ଡଳ ସଭାପତି ଗୋପବନ୍ଧୁ ଗଡନାଏକ ସଭା ପରିଚାଳନା କରିଥିଲେ। ଅନ୍ୟପଟେ ଅପରାହ୍ନରେ ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ବଡ଼କେରଜାଙ୍ଗ ମଣ୍ଡଳ ଓ କୁକୁଡାଙ୍ଗ ମଣ୍ଡଳର ଅଠରଟି ଗ୍ରାମ ପଞ୍ଚାୟତର ଶକ୍ତି ପ୍ରମୁଖ, ବୁଥ ସଭାପତି ଓ ବିଏଲ୍ଓଙ୍କୁ ନେଇ ଭୋଟର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।