ମୁଖ୍ୟ ଖବର

ହାତୀ ଆକ୍ରମଣରେ ୪ ଜଣଙ୍କ ମୃତ୍ୟୁ ପରେ ବିଜେପିର ଚେତାବନୀ, ସ୍ଥାୟୀ ପ୍ରତିକାର ନ ହେଲେ ବନ୍ଦ ହେବ ଅନୁଗୁଳ

By Angul TV Bureau

January 08, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ହାତୀ ଉପଦ୍ରବ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଶନିବାର ଅନୁଗୁଳ ଓ ବଅଁରପାଳ ବ୍ଲକର ଛେଳିଆପଡ଼ା, ଅଙ୍ଗାରବନ୍ଧ, ବାରସିଂଘା, ଗଡସନ୍ତ୍ରୀ ଗ୍ରାମରେ ହାତୀ ଆକ୍ରମଣରେ ଚାରି ଜଣଙ୍କ ମୃତ୍ୟୁ ଘଟିଛି। ଏ ନେଇ ବିଜେପି ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ ଗଭୀର ଉଦବେଗ ପ୍ରକାଶ କରିଛନ୍ତି।

ସେ କହିଛନ୍ତି, ପ୍ରଶାସନ ଚେଇଁ ଶୋଇଛି। ଜଙ୍ଗଲ ବିଭାଗର ଦାୟିତ୍ୱ ହୀନତା, ରାଜ୍ୟ ସରକାର ଲୋକଙ୍କ ଧନ ଜୀବନ ସହ ଖେଳିବା ଏବଂ ସ୍ଥାନୀୟ ଲୋକପ୍ରତିନିଧି ଅନୁଗୁଳବାସୀଙ୍କ ପାଇଁ ଅନ୍ଧ, ମୁକ, ବଧିର ସାଜିବା ଯୋଗୁଁ ଏଭଳି ଘଟଣା ଘଟୁଛି ବୋଲି ସେ କହିଛନ୍ତି। ହାତୀ ଦାଉରୁ ଲୋକଙ୍କୁ ରକ୍ଷା ପାଇଁ ସ୍ଥାୟୀ ପ୍ରତିକାର ନ କରାଗଲେ ଜନ ଆନ୍ଦୋଳନ ତୀବ୍ର ହେବା ସହ ବିଜେପି ଅନୁଗୁଳ ବନ୍ଦ କରିବ ବୋଲି ଶ୍ରୀ ପ୍ରଧାନ ଚେତାବନୀ ଦେଇଛନ୍ତି।