ଅନ୍ୟାନ୍ୟ

ବିଜେଡି ପ୍ରତିଷ୍ଠା ଦିବସରେ ରାଜ୍ୟ ସରକାରଙ୍କ ବିରୋଧରେ ଅନୁଗୁଳର ୩୧ ଟି ସ୍ଥାନରେ ସତ୍ୟାଗ୍ରହ କରିବ ବିଜେପି

By Angul TV Bureau

December 24, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଆସନ୍ତା ଡିସେମ୍ବର ୨୬ ରେ ବିଜେଡି ପ୍ରତିଷ୍ଠା ଦିବସରେ ଅନୁଗୁଳ ଜିଲ୍ଲାର ୩୧ଟି ସ୍ଥାନରେ ବିଜେପି ସତ୍ୟାଗ୍ରହ କରିବ ବୋଲି ପ୍ରକାଶ କରିଥିଲେ। ମୁଖ୍ୟମନ୍ତ୍ରୀ ଆସିବେ ବୋଲି ତାଳଚେର ମହାବିଦ୍ୟାଳୟ ପଡିଆରେ ଥିବା ଭାରତ ରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୨୩ ବର୍ଷ ପୁରୁଣା ସ୍ମୃତି ମଣ୍ଡପକୁ ଯେଉଁଭଳି ଭାବେ ଭଙ୍ଗା ଗଲା ତାହାକୁ ବିଜେପି ଘୋର ନିନ୍ଦା କରିଛି। ଏଥିରେ ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ଦାବି କରିଛି। ବୈଠକରେ ଜିଲ୍ଲା ପ୍ରଭାରୀ ରାଜ୍ୟ ସମ୍ପାଦକ ସୀମାଞ୍ଚଳ ଖଟେଇ, ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ଭାଗିରଥି ପ୍ରଧାନ ଓ ଅଗସ୍ତି ବେହେରା ପ୍ରମୁଖ ଯୋଗ ଦେଇ ବିଜେଡି ଶାସନକାଳରେ ରାଜ୍ୟରେ ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭିଚାର, ଅପରାଧ, ମହିଳାଙ୍କ ଉପରେ ଅତ୍ୟାଚାର ବଢ଼ୁଛି ବୋଲି ଦୋଷାରୋପ କରିଥିଲେ। ରାଜ୍ୟର ସବୁ ଥାନା ଏବେ ବିଜେଡି କାର୍ଯ୍ୟାଳୟ ପାଲଟିଛି, କେଉଁଠି ବି ନ୍ୟାୟ ମିଳୁ ନାହିଁ। ଏଭଳି ପରିସ୍ଥିତିରେ ବିଜେପି ଡିସେମ୍ବର ୨୬ ବିଜେଡି ପ୍ରତିଷ୍ଠା ଦିବସରେ ଅନୁଗୁଳ ଜିଲ୍ଲା ସାରା ସତ୍ୟାଗ୍ରହ କରିବ ବୋଲି ପ୍ରକାଶ କରିଛି। କାର୍ଯ୍ୟକ୍ରମରେ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣା, ସୁଦିପ ଗଡ଼ନାୟକ, ବରିଷ୍ଠ ନେତା ଯଯାତି ପଟ୍ଟନାୟକ, ଦିଲ୍ଲୀପ ପ୍ରଧାନ, ଅମୀୟ ତ୍ରିପାଠୀ, ବସନ୍ତ ମଞ୍ଜରୀ ପ୍ରଧାନ, ସୁଦୀପ୍ତ ସ୍ୱାଇଁ, ବିଜୟ ମାଝୀ, ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ, ଜିଲ୍ଲା କୋଷାଧ୍ୟକ୍ଷ ବିଶ୍ୱଜିତ ମିଶ୍ରଙ୍କ ସମେତ ସମସ୍ତ ଜିଲ୍ଲା ପଦାଧିକାରୀ, ମଣ୍ଡଳ ସଭାପତି ମଣ୍ଡଳ ପ୍ରଭାରୀ ଓ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।