ଅନ୍ୟାନ୍ୟ

ଅନୁଗୁଳରେ ଆନ୍ଦୋଳନରତ ଅଙ୍ଗନବାଡି କର୍ମୀଙ୍କୁ ସମର୍ଥନ ଜଣାଇଲା ବିଜେପି ମହିଳା ମୋର୍ଚ୍ଚା

By Angul TV Bureau

December 22, 2022

ଅନୁଗୁଳ : ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଏମଏସ ସହବନ୍ଧିତ ଅଲ ଓଡିଶା ଅଙ୍ଗନବାଡି ଲେଡ଼ିଜ ୱାର୍କରସ ଆସୋସିଏସନ ତରଫରୁ ଆଠ ଦଫା ଦାବି ନେଇ ଚାଲିଥିବା ଆନ୍ଦୋଳନ ଆଜି ୩୨ ଦିନରେ ପହଞ୍ଚିଛି। ଆଜି ଏହି ଆନ୍ଦୋଳନରେ ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ଦୀପ୍ତି ରାୱତ୍ ଓ ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସଭାପତି ସ୍ମୃତି ପଟ୍ଟନାୟକ, ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି ପହଞ୍ଚି ତାଙ୍କୁ ସମର୍ଥନ ଦେବା ସହ ଦାବିଗୁଡ଼ିକ ଯୁକ୍ତିଯୁକ୍ତ, ଏଣୁ ସରକାର ତୁରନ୍ତ ମାନିନେବାର ଆବଶ୍ୟକତା ଅଛି ବୋଲି କହିଛନ୍ତି।

ସବିତା ଦେହୁରୀ ଏବଂ ବିଏମଏସ ତରଫରୁ ଶ୍ରୀନିବାସ ଖୁଣ୍ଟିଆଙ୍କ ତତ୍ତ୍ୱାବଧାନରେ ଚାଲିଥିବା ଏହି ଆନ୍ଦୋଳନରେ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନ, ବିଜେପି ବରିଷ୍ଠ ନେତା ଯଯାତି ପଟ୍ଟନାୟକ ଓ ମହିଳା ମୋର୍ଚ୍ଚା ଜିଲ୍ଲା ପ୍ରଭାରୀ ଦିଲ୍ଲୀପ ପ୍ରଧାନଙ୍କ ସମେତ ଶତାଧିକ ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ।