ମୁଖ୍ୟ ଖବର

୨୦ରେ ମୋଦିଙ୍କ ଅନୁଗୁଳ ଗସ୍ତ ନେଇ କର୍ମୀ ଉତ୍ସାହିତ, ବଦଳିବ ରାଜନୈତିକ ସମୀକରଣ

By Angul TV Bureau

May 15, 2024

 

ଅନୁଗୁଳ: ଆସନ୍ତା ୨୦ ତାରିଖରେ ଅନୁଗୁଳ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କ ଆଗମନକୁ ନେଇ ବିଜେପି ମହଲରେ ଉତ୍ସାହ ଦେଖାଦେଇଛି।

ମୋଦିଙ୍କ ଆଗମନ ପରେ ଅନୁଗୁଳ ଜିଲ୍ଲାର ପାଞ୍ଚଟି ଯାକ ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ଦୁଇଟି ଯାକ ଲୋକସଭା ଆସନ କ୍ଷେତ୍ରରେ ସମୀକରଣ ବଦଳିବ ବୋଲି କୁହାଯାଉଛି। ବିଜେପି ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନଙ୍କ କହିବା ଅନୁଯାୟୀ, ପ୍ରଧାନମନ୍ତ୍ରୀ ଅନୁଗୁଳ ଆସିବା ବିଜେପି ପ୍ରତ୍ୟେକ ଆସନରେ ବିଜୟୀ ହେବାର ଗ୍ୟାରେଣ୍ଟି। ପ୍ରଧାନମନ୍ତ୍ରୀଙ୍କ ଅନୁଗୁଳ ଗ୍ରସ୍ତ ବିଜେପି ପାଇଁ ଟର୍ନିଙ୍ଗ ପଏଣ୍ଟ ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି।