ଅନ୍ୟାନ୍ୟ

ଆଠମଲ୍ଲିକରେ ବିଜେପିର ବିଶାଳ କର୍ମୀ ସମ୍ମିଳନୀ: ଆଗାମୀ ନିର୍ବାଚନରେ ଦଳକୁ ଜିତାଇବା ଉପରେ ଗୁରୁତ୍ୱ

By Angul TV Bureau

April 20, 2024

 

ଅନୁଗୁଳ: ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ କଦଳିମୁଣ୍ଡା ପଞ୍ଚାୟତର କୁସୁଣୀ ଆମ୍ବ ବଗିଚା ଠାରେ ବିଜେପିର ବିଶାଳ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ପୂର୍ବତନ ମନ୍ତ୍ରୀ ସଂଜୀବ କୁମାର ସାହୁ, ଆଠମଲ୍ଲିକ ବିଧାୟକ ରମେଶ ସାଏ, ବିଜେପି ନେତା ଅର୍ଜୁନ ସାହୁ, ଜିଲ୍ଲା ସମ୍ପାଦକ ବିଶ୍ୱଜିତ୍ ମିଶ୍ର, ସୁଦୀପ୍ତ(ଲିଟୁ)ସ୍ୱାଇଁ, ବିଧାନସଭା ସଂଯୋଜକ ଡାକ୍ତର ଅଲେଖ ପ୍ରଧାନ, ବରିଷ୍ଠ ନେତା ହୃଦାନନ୍ଦ ପ୍ରଧାନ, କିଶୋରନଗର ମଣ୍ଡଳ ସଭାପତି ଅର୍ଜୁନ ପାଣ୍ଡେ, ପୂର୍ବତନ ଜିଲ୍ଲା ପରିଷଦ ତିମିର ନାୟକ,ସରୋଜ ସାହୁ, ବରିଷ୍ଠ ବିଜେପି ନେତା ବୃନ୍ଦାବନ ସାହୁ ପ୍ରମୁଖ ଉପସ୍ଥିତ ରହି ଆଗାମୀ ୨୦୨୪ ନିର୍ବାଚନରେ କିପରି ବିଜେପିକୁ ସୁଦୃଢ଼ କରିବା ଓ ବିପୁଳ ପରିମାଣରେ ଭୋଟ ଦେଇ ବିଜୟ କରିବାକୁ ଆଲୋଚନା କରିଥିଲେ।

ଏ ଅବସରରେ ଶତାଧିକ ଅନ୍ୟ ଦଳର ଯୁବକର୍ମୀ ମୋଦିଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହୋଇଥିଲେ। ନୂତନ ଯୁବ କର୍ମୀଙ୍କୁ ଦଳ ପକ୍ଷରୁ ସ୍ବାଗତ କରାଯାଇଥିବା ଜଣାଯାଇଛି।