ମୁଖ୍ୟ ଖବର

ୱାକଫ୍ ସୁଧାର ଜନଜାଗରଣ ଅଭିଯାନ କର୍ମଶାଳା: ନୂଆ ଆଇନ ନେଇ ଲୋକଙ୍କୁ ସଚେତନ କରିବାକୁ ପରାମର୍ଶ

By Angul TV Bureau

May 04, 2025

ଅନୁଗୁଳ : ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ୱାକଫ୍ ସୁଧାର ଜନ ଜାଗରଣ ଅଭିଯାନ କର୍ମଶାଳା ଆୟୋଜିତ ହୋଇଛି। କେନ୍ଦ୍ର ଓ ରାଜ୍ୟ ବିଜେପିର ନିଷ୍ପତ୍ତି କ୍ରମେ ସମସ୍ତ ଜିଲ୍ଲାରେ ୱାକଫ ଆଇନ ସଂଶୋଧନ ଉପରେ କର୍ମଶାଳା କରାଯାଇ ବିଜେପି କାର୍ଯ୍ୟକର୍ତ୍ତା ନୂତନ ଆଇନ ବିଷୟରେ ସଚେତନ କରାଇବାକୁ ପରାମର୍ଶ ଦିଆଯାଇଛି।ଏନେଇ ରବିବାର ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକଙ୍କ ଅଧ୍ୟକ୍ଷତା ଏକ କର୍ମଶାଳା ହୋଇଥିଲା। ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡ଼ୁ ଯୋଗଦେଇ ୱାକଫ ବୋର୍ଡର ପୂର୍ବ ଆଇନ ଓ ବର୍ତ୍ତମାନ କଣ ସବୁ ସଂଶୋଧନ ହୋଇଛି ସେ ବିଷୟରେ ଅବଗତ କରାଇଥିଲେ। କର୍ମଶାଳାରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ପ୍ରାକ୍ତନ ବିଧାୟକ ରମେଶ ସାଏ, ପ୍ରାକ୍ତନ ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ, ଜିଲ୍ଲା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଏସ କେ ମିନାଉଦ୍ଧିନ, ଜିଲ୍ଲା ସାଧାରଣ ସମ୍ପାଦକ ଭବାନୀ ଜ୍ୟୋତିଷ ରାୟ ଓ ପ୍ରକାଶ ମହାରଣା ପ୍ରମୁଖ ୱାକଫ ଆଇନ ଉପରେ ବୁଝାଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ବିଜେପି ଜିଲ୍ଲା ବୁଦ୍ଧିଜୀବୀ ପ୍ରକୋଷ୍ଠର ଆବାହକ ଅଧ୍ୟାପକ ବିଶ୍ୱରଂଜନ ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ସୁଦିପ ଗଡ଼ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିମା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।