ମୁଖ୍ୟ ଖବର

ବିଜେପି ଯୁବମୋର୍ଚ୍ଚାର ଦିନିକିଆ ପ୍ରଶିକ୍ଷଣ ଶିବିର: ପାଳଲହଡାର ରାଜନୈତିକ ପରିସ୍ଥିତି ଉପରେ କଲେ ଆଲୋଚନା, ବିଜେଡିକୁ ଟାର୍ଗେଟ

By Angul TV Bureau

December 02, 2023

ଖମାର: ପାଳଲହଡ଼ା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଖମାରସ୍ଥିତ କଲ୍ଯାଣ ମଣ୍ଡପରେ ଏକ ଦିନିକିଆ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଛି। ଶିବିରରେ ମୁଖ୍ୟ ଅତିଥି ରୂପେ ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି ଯୋଗଦେଇ ପାଳଲହଡାର ରାଜନୈତିକ ପରିସ୍ଥିତି ଉପରେ ଆଲୋକପାତ କରିଥିଲେ।

ସେ ଅଭିଯୋଗ କରିଥିଲେ ଯେ ନବୀନ ବାବୁଙ୍କ ୨୩ ବର୍ଷର ଶାସନରେ ପାଳଲହଡା ସବୁଥିରେ ଅବହେଳିତ। ଏଠାରେ ଶ୍ରମିକଙ୍କ ପାଖରେ ରୋଜଗାର ନାହିଁ କି କୃଷକଙ୍କ ପାଇଁ କିଛି ବ୍ୟବସ୍ଥା ନାହିଁ। ମୋଦି ସରକାରଙ୍କ ସୁଫଳ ଲୋକଙ୍କ ପାଖରେ ପହଞ୍ଚି ନାହିଁ। ଓଡିଶାକୁ ହଜାର ହଜାର କୋଟି ଟଙ୍କାର ଅନୁଦାନ ଆସୁଥିବା ବେଳେ ଉନ୍ନତି ପାଇଁ ବାଧl ସୃଷ୍ଟି କରାଯାଉଛି ବୋଲି ସେ ଅଭିଯୋଗ କରିଥିଲେ।

କାର୍ଯ୍ୟକ୍ରମରେ ବିଧାନସଭା ପ୍ରଭାରୀ ବିଜୟ ମାଝୀ, ସଂଯୋଜକ ଚନ୍ଦନ ସ୍ଵରାଜ, ମଣ୍ଡଳ ସଭାପତି ଗୌର ପ୍ରଧାନ, ବିସ୍ତାରକ ଧ୍ରୁବ ସାହୁ, ଯୁବମୋର୍ଚ୍ଚା ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ୟ ହରେକୃଷ୍ଣ ପ୍ରଧାନ, ଧର୍ମେନ୍ଦ୍ର ମହାନ୍ତ, ଶୁଭସ୍ମିତା ଜେନା, ମନୋଜ ବିଶ୍ଵାଳ, ସନ୍ତୋଷ ଖିଲାର, ବିଭୁ ରାଉତ, ଅର୍ଜୁନ ମାଝୀ, ସୁନୀଲ ଦେହୁରି, ଆରେନ ସେଠି, କୁନା ମହାନ୍ତି ପ୍ରମୁଖ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।