ମୁଖ୍ୟ ଖବର

ଦିବଂଗତ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଡ. ଦେବେନ୍ଦ୍ର ପ୍ରଧାନଙ୍କ ସ୍ମୃତିରେ ବିଜେପି ଯୁବମୋର୍ଚ୍ଚାର ଦୀପଦାନ

By Angul TV Bureau

March 25, 2025

ଅନୁଗୁଳ: ଅନୁଗୁଳ ସରକାରୀ ମହାବିଦ୍ୟାଳୟ ସମ୍ମୁଖରେ ବିଜେପି ଯୁବମୋର୍ଚ୍ଚା ଓ ପୁରାତନ ଛାତ୍ର ସଂସଦ ପକ୍ଷରୁ ଦିବଂଗତ ନେତା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଡ. ଦେବେନ୍ଦ୍ର ପ୍ରଧାନଙ୍କ ସ୍ମୃତିରେ ଦୀପ ଜାଳିବା ସହ ମିଷ୍ଟାନ୍ନ ବଣ୍ଟନ କରାଯାଇଛି।

କାର୍ଯ୍ୟକ୍ରମରେ ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି ଅଭିଳାଷ ପଣ୍ଡା, ଆନ୍ଧ୍ର ପ୍ରଦେଶର ବିଜେପି ନେତା କେ. ଆନ୍ନା, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସିଦ୍ଧାର୍ଥ ରାଉତରାୟ, ଜିଲ୍ଲା ଉପସଭାପତି ପୁରୁଷୋତ୍ତମ ନାୟକ, ସାଧାରଣ ସମ୍ପାଦକ ସମୀର ପରିଡ଼ା, ଦିବ୍ୟଜ୍ୟୋତି ନାୟକ, ସତ୍ୟଜିତ ପ୍ରଧାନ, ରାଧାକାନ୍ତ ପଟ୍ଟନାୟକ, ପ୍ରଭାତ କୁମାର ରଣା, ନମିତା ଦଳବେହେରା, ଆଶିଷ ପାଣିଗ୍ରାହୀ, ରିତିକ୍ ବେହେରା, ପ୍ରିୟବ୍ରତ ସାହୁ, ଆକାଶ ସାହୁ, ମିଲନ ବେହେରା, ଓମ୍ ପ୍ରକାଶ ସାହୁ, ରାକେଶ ସାହୁ, ସୁମନ ନାଥ, ତୋଫାନ ସାହୁ ପ୍ରମୁଖ ସହଯୋଗ କରିଥିଲେ।