ମୁଖ୍ୟ ଖବର

ବିଜେପିର ଅନୁପମା ସାହୁ ହେଲେ ଅନୁଗୁଳ ପୌରଉପାଧ୍ୟକ୍ଷ, ବିଜେଡି ହାତେଇଲା ଆଠମଲ୍ଲିକ ଓ ତାଳଚେର

By Angul TV Bureau

April 07, 2022

ଅନୁଗୁଳ: ଅନୁଗୁଳ ପୌରପାଳିକା ପାଇଁ ଉପାଧ୍ୟକ୍ଷ ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ବିଜେପିର ଅନୁପମା ସାହୁ। ଦଳର ହାଇକମାଣ୍ଡ ମୋହର ମାରିବା ପରେ ୪ ନମ୍ବର ୱାର୍ଡ କାଉନସିଲର ଅନୁପମା ସାହୁ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ। ଚଳିତ ପୌର ପରିଷଦ ନିର୍ବାଚନରେ ୨୩ ଟି ଆସନରୁ ବିଜେପି ୧୩ ଟି ଦଖଲ କରିଥିବା ବେଳେ ବିଜେଡି ହାତେଇଥିଲା ମାତ୍ର ୧୦ ଟି। ଉପାଧ୍ୟକ୍ଷ ପାଇଁ ବିଜେଡି ପକ୍ଷରୁ କେହି ନାମାଙ୍କନ ଦାଖଲ ବି କରି ନଥିଲେ।

ଅନ୍ୟପଟେ ତାଳଚେରରେ କିନ୍ତୁ ବିଜେଡି ଉପାଧ୍ୟକ୍ଷ ସିଟ୍ ହାତେଇଛି। ତାଳଚେର ୧୯ ନଂ ୱାର୍ଡର ବିଜେଡି କାଉନସିଲର ସୁଶ୍ରୀ ଶୁଭଶ୍ରୀ ଶୁଭସ୍ମିତା ପ୍ରଧାନ ଉପନଗରପାଳ ପ୍ରାର୍ଥୀନୀ ଭାବେ ନାମାଙ୍କନ ପତ୍ର ଭରିଥିଲେ। ଏଠାରେ ୨୧ ଟି ୱାର୍ଡରୁ ବିଜେଡି ୧୯ ଟି ସିଟ୍ ଦଖଲ କରିଥିବା ବେଳେ ବିଜେପି ମାତ୍ର ୩ ଟି ୱାର୍ଡରେ ଜିତିଥିଲା। ଫଳରେ ଆଜିର ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡିର ସୁଶ୍ରୀ ଶୁଭଶ୍ରୀ ଶୁଭସ୍ମିତା ପ୍ରଧାନ ନିର୍ଦ୍ବନ୍ଦ୍ବରେ ବିଜୟୀ ହୋଇଛନ୍ତି। ସେହିପରି ଆଠମଲ୍ଲିକ ଏନଏସିର ଉପାଧ୍ୟକ୍ଷ ସିଟ ମଧ୍ୟ ବିଜେଡି ଖାତାକୁ ଯାଇଛି। ଏଠାରେ ବିଜେଡିର ଗଦାଧର ସ୍ୱାଇଁ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି।