ମୁଖ୍ୟ ଖବର

ତୁଟୁନି ବିଜୁଳି ସମସ୍ୟା: ଅମଲାପଡା ସ୍ଥିତ ବିଦ୍ୟୁତ୍ ମୁଖ୍ୟ କାର୍ଯ୍ୟାଳୟରେ ବିଜେପି ପକ୍ଷରୁ ବିକ୍ଷୋଭ

By Angul TV Bureau

June 16, 2023

ଅନୁଗୁଳ: ସ୍ଥାନୀୟ ଅମଲାପଡା ସ୍ଥିତ ବିଦ୍ୟୁତ୍ ମୁଖ୍ୟ କାର୍ଯ୍ୟାଳୟ ଠାରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସୂଚନାଯୋଗ୍ୟ ଯେ, ଅନୁଗୁଳ ଜିଲ୍ଲାର ବିଜେପି ସଭାପତି ଦିଲେଶ୍ଵର ପ୍ରଧାନ ଙ୍କ ନେତୃତ୍ୱରେ ବିଜୁଳି ବିଭ୍ରାଟ ସମସ୍ୟା ନେଇ ଅମଲାପଡା ସ୍ଥିତ ବିଦ୍ୟୁତ୍ ମୁଖ୍ୟ କାର୍ଯ୍ୟାଳୟ ଠାରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ବିକ୍ଷୋଭ ବିଜେପି ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ର ନାରାୟଣ ପାଣି, ପ୍ରତାପ ଚନ୍ଦ୍ର ପ୍ରଧାନ, ଦିଲ୍ଲୀପ ପ୍ରଧାନ, ସରିତା ମିଶ୍ର, ପ୍ରତିମା ମିଶ୍ର, ନମିତା ଦଳବେହେରା, ରୋଜାଲିନ ଦାସ, ପ୍ରଭାତ କୁମାର ପ୍ରଧାନ, ଯଯାତି ପଟ୍ଟନାୟକ, ସୁଦୀପ ଗଡନାୟକ, ଚନ୍ଦ୍ର କାନ୍ତ ଧଳ ଅମୀୟ ତ୍ରିପାଠୀ ଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।