ଅନ୍ୟାନ୍ୟ

ଛେଣ୍ଡିପଦାରେ ବିଜେପିର ଦିନଦୟାଲ ପ୍ରଶିକ୍ଷଣ କର୍ମଶାଳା ଆୟୋଜିତ

By Angul TV Bureau

March 15, 2026

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର କୋଶଳା ମଣ୍ଡଳ ଅନ୍ତର୍ଗତ ମା’ ରାମଚଣ୍ଡୀ କଲ୍ୟାଣ ମଣ୍ଡପଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନର ମଣ୍ଡଳ ସ୍ତରୀୟ କର୍ମଶାଳା ଆୟୋଜିତ ହୋଇଛି। ଏହି କର୍ମଶାଳାକୁ ପୂର୍ବତନ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଏଥିରେ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷକ ଓ ବକ୍ତା ଭାବେ ପୂର୍ବତନ ଜିଲ୍ଲା ଉପ-ସଭାପତି ଲିଙ୍ଗରାଜ ଦାସ, ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣା, ମହିଳା ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ରୋଜାଲିନ ଦାସ ଏବଂ ରାଜ୍ୟ ମହିଳା ମୋର୍ଚ୍ଚା ସୋସିଆଲ ମିଡ଼ିଆ ସଂଯୋଜକ ଶୁଚିଶ୍ମିତା ତ୍ରିପାଠୀ ଉପସ୍ଥିତ ରହି କର୍ମକର୍ତ୍ତାମାନଙ୍କୁ ଆବଶ୍ୟକୀୟ ମାର୍ଗଦର୍ଶନ ପ୍ରଦାନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଉପ-ସଭାପତି ଚୌଧୁରୀ ପ୍ରଧାନ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ବିଜୟ ମାଝୀ, ଜିଲ୍ଲା ସମ୍ପାଦକ ଗୋପବନ୍ଧୁ ଗଡ଼ନାୟକ ଓ ଯଶୋବନ୍ତ ପ୍ରସାଦ ବେହେରା ପ୍ରମୁଖ ଯୋଗଦେଇ କର୍ମଶାଳାକୁ ସଫଳ କରିବାରେ ସହଯୋଗ କରିଥିଲେ। ପ୍ରଶିକ୍ଷଣ ମାଧ୍ୟମରେ ଦଳୀୟ ଆଦର୍ଶ ଓ ସାଂଗଠନିକ ଦକ୍ଷତା ବୃଦ୍ଧି ଉପରେ ଏହି ଅବସରରେ ଗୁରୁତ୍ୱାରୋପ କରାଯାଇଥିଲା।