ମୁଖ୍ୟ ଖବର

ଅନୁଗୁଳରେ ବିଜେପିର ଜନ ଆକ୍ରୋଶ ମହିଳା ସମାବେଶ: ରାହୁଲ ଓ ନବୀନଙ୍କ କୁଶ ପୁତ୍ତଳିକା ଦାହ

By Angul TV Bureau

April 27, 2026

ଅନୁଗୁଳ: କେନ୍ଦ୍ର ସରକାରଙ୍କ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ବିଲ୍‌କୁ କଂଗ୍ରେସ ଓ ଇଣ୍ଡି ମେଣ୍ଟ ବିରୋଧ କରିବା ପ୍ରତିବାଦରେ ଆଜି ଅନୁଗୁଳ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏକ ବିଶାଳ ‘ଜନ ଆକ୍ରୋଶ ସମାବେଶ’ ଅନୁଷ୍ଠିତ ହୋଇଛି। ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ହଜାର ହଜାର ମହିଳା ଏକ ପଦଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ।

ଏହି ଅବସରରେ ଆୟୋଜିତ ସଭାରେ ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ, ବିଧାୟକ ଅଶୋକ ମହାନ୍ତି, ପ୍ରତାପ ଚନ୍ଦ୍ର ପ୍ରଧାନ ଓ ପ୍ରାକ୍ତନ ମନ୍ତ୍ରୀ ସଂଜୀବ ସାହୁ ପ୍ରମୁଖ ଯୋଗଦେଇଥିଲେ। ବକ୍ତାମାନେ ଅଭିଯୋଗ କରିଥିଲେ ଯେ, ମୋଦି ସରକାର ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବାକୁ ଚାହୁଥିବା ବେଳେ ବିଜେଡି ଓ କଂଗ୍ରେସ ଏହାକୁ ବିରୋଧ କରି ନିଜର ମହିଳା ବିରୋଧୀ ମନୋଭାବ ପ୍ରଦର୍ଶନ କରିଛନ୍ତି।

ସଭାରେ ମହିଳା ମୋର୍ଚ୍ଚାର ବହୁ ବରିଷ୍ଠ ନେତୃତ୍ୱ ଓ ହଜାର ହଜାର କାର୍ଯ୍ୟକର୍ତ୍ତା ସାମିଲ ହୋଇ ଆଗାମୀ ଦିନରେ ଏହି ଲଢ଼େଇକୁ ପ୍ରତି ବୁଥ୍ ସ୍ତରକୁ ନେଇଯିବାକୁ ସଂକଳ୍ପ କରିଥିଲେ।