ଅନ୍ୟାନ୍ୟ

ଅନୁଗୁଳ ବିଧାନସଭା ନିର୍ବାଚନ ମଣ୍ଡଳୀରେ “ମୋ ମାଟି ମୋ ଦେଶ” ଅଭିଯାନ ଆୟୋଜିତ

By Biswaranjan Pattnaik

September 09, 2023

ଅନୁଗୁଳ: ସ୍ଥାନୀୟ ବସଲା ଓ ଫୁଲପଡ଼ା ପଞ୍ଚାୟତରେ “ମୋ ମାଟି ମୋ ଦେଶ” ଅଭିଯାନ ଆୟୋଜିତ ହୋଇଛି, ଓଡିଶା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ରାଜ୍ୟ ଓବିସି ମୋର୍ଚ୍ଚା ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଗ୍ରାମର ଘର ଘର ବୁଲି ମାଟି ସଂଗ୍ରହ କରାଯାଇଥିଲା। ଏହି ଅଭିଯାନରେ ସଂଗୃହୀତ ମାଟିକୁ ଦିଲ୍ଲୀର ଅମୃତ ବାଟିକାରେ ରଖାଯିବ। ଅନ୍ୟମାନଙ୍କ ମଧ୍ୟରେ ବସଲା ପଞ୍ଚାୟତର ବିଜେପି ସଭାପତି ସୁଧାକର ଶତପଥୀ, ବିଜେପି ନେତା ଦିଲ୍ଲୀପ ପ୍ରଧାନ, ଜିଲ୍ଲା ସମ୍ପାଦକ ପ୍ରଭାତ ପ୍ରଧାନ ଅଜୟ ସାହୁ, ଦେବାଶିଷ ସାହୁ, ଦିଲ୍ଲୀପ ଗୋଚ୍ଛାୟତ, ଶଙ୍କର ଗୋଚ୍ଛାୟତ ଓ ବୀଣା ସାହୁଙ୍କ ସମେତ ବହୁ ମହିଳା, ଦଳର ବହୁ ନେତୃବୃନ୍ଦ, କର୍ମକର୍ତ୍ତା ଓ ଗ୍ରାମବାସୀମାନେ ସାମିଲ ହୋଇଥିଲେ।

ସେହିପରି ଫୁଲପଡା ପଞ୍ଚାୟତରେ ହୋଇଥିବା ଏହି ଅଭିଯାନରେ ଅନ୍ୟମାନଙ୍କ ମଧ୍ୟରେ ଫୁଲପଡ଼ା ପଞ୍ଚାୟତର ବିଜେପି ସଭାପତି ଯୋଗେଶ୍ୱର ଗଡ଼ନାୟକ, ବିଧାନସଭା ପ୍ରଭାରୀ ଯଯାତୀ ପଟ୍ଟନାୟକ, ବିଜେପି ନେତା ଦିଲ୍ଲୀପ ପ୍ରଧାନ, ଶ୍ରୀକାନ୍ତ ତ୍ରିପାଠୀ, ଲକ୍ଷ୍ମଣ ଗଡ଼ନାୟକ, ଶିଶିର ବେହେରା ଓ ଫୁଲପଡାର ବହୁ ନେତୃବୃନ୍ଦ ସାମିଲ ହୋଇଥିଲେ।