ମୁଖ୍ୟ ଖବର

ଆଜି ଠାରୁ ବିଜେପିର ଦେଶବ୍ୟାପୀ ତ୍ରିରଙ୍ଗା ଯାତ୍ରା

By Angul TV Bureau

May 13, 2025

ଅନୁଗୁଳ: ଆଜି ଠାରୁ  ଦେଶବ୍ୟାପୀ ତ୍ରିରଙ୍ଗା ଯାତ୍ରା ଆୟୋଜନ କରିବ ବିଜେପି। ଏହା ୨୩ ତାରିଖ ପର୍ଯ୍ୟନ୍ତ ୧୦ ଦିନ ଧରି ଚାଲିବ। ଆତଙ୍କବାଦୀଙ୍କ ବିରୋଧରେ ଭାରତୀୟ ସେନା ପକ୍ଷରୁ କରାଯାଇଥିବା ଅପରେସନ ‘ସିନ୍ଦୂର’ର ସଫଳତା ସମ୍ପର୍କରେ l ଦେଶବାସୀଙ୍କୁ ଅବଗତ କରାଯିବା ଏହି ଯାତ୍ରାର ଉଦ୍ଦେଶ୍ୟ ବୋଲି କୁହାଯାଇଛି।

ଅପରେସନ ସିନ୍ଦୂରରେ ଭାରତ କିପରି ନିଜ ନାଗରିକମାନଙ୍କୁ ସଙ୍କଟରୁ ସୁରକ୍ଷିତ ରଖିଲା ଏବଂ ଜାତୀୟ ସ୍ଵାଭିମାନକୁ ମଜଭୁତ କଲା ସେ ବିଷୟରେ ବିଜେପି ଏହି ଅଭିଯାନ ଜରିଆରେ ଜନସାଧାରଣଙ୍କୁ ବୁଝାଇବ। ଅନେକ କେନ୍ଦ୍ରମନ୍ତ୍ରୀ ଏବଂ ବରିଷ୍ଠ ନେତା ନିଜେ ବିଭିନ୍ନ ସ୍ଥାନରେ ଉପସ୍ଥିତ ରହି ଯାତ୍ରାର ନେତୃତ୍ଵ ନେବେ। ଦଳର ମୁଖପାତ୍ର ସାଂସଦ ସମ୍ବିତ ପାତ୍ର ସୋମବାର ସାମ୍ବାଦିକ ସମ୍ମିଳନୀରେ ଏ ନେଇ ସୂଚନା ଦେଇଛନ୍ତି।