ଅନ୍ୟାନ୍ୟ

ସାଂସଦ ରୁଦ୍ରନାରାୟଣ ପାଣିଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ବିଜେପିର ନୂତନ ମଣ୍ଡଳ ସଭାପତି

By Angul TV Bureau

May 28, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରରେ ବିଜେପିର ଦୁଇଟି ମଣ୍ଡଳ ତାଳଚେର ପୌର ମଣ୍ଡଳ ଓ ରେଳ ମଣ୍ଡଳର ନୂତନ ସଭାପତି ମନୋନୀତ ହୋଇଛନ୍ତି। ତାଳଚେର ବଲ୍ହର ଛକ ନିକଟରେ ନୂତନ ବିଜେପିର ମଣ୍ଡଳ ସଭାପତି ରାଜେଶ ଦଳେଇ ଓ ରେଳ ମଣ୍ଡଳ ସଭାପତି ସନ୍ତୋଷ ମହାନ୍ତି, ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ଭେଟି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଦୁଇଟି ମଣ୍ଡଳରେ ବିଜେପିର ସଂଗଠନକୁ ମଜଭୁତ କରିବା ପାଇଁ ପାର୍ଟି ଯେଉଁ ଗୁରୁ ଦାୟିତ୍ୱ ଦେଇଛି ତାକୁ ନିଷ୍ଠାର ସହ ସମ୍ପାଦନ କରିବା ପାଇଁ ଚେଷ୍ଟା ଜାରି ରଖିବାକୁ ପରାମର୍ଶ ଦେଇଥିଲେ ସାଂସଦ।

ଏହି କାର୍ଯ୍ୟକ୍ରମରେ ଜୋନାଲ ମିଡିଆ ସେଲ ସଂଯୋଜକ ପର୍ଶୁରାମ ବାରିକ, ସରପଞ୍ଚ ସହଦେବ ସାହୁ, ପ୍ରାକ୍ତନ ରେଳ ମଣ୍ଡଳ ସଭାପତି ବରୁଣ କୁମାର ସାହୁ, ପ୍ରଦୀପ ସାମଲ, ମହାଦେବ ଦାସ, ରଂଜି ଦାସ, ସୁବ୍ରତ ସାହୁ, ଦୀପକ କୁମାର ସାହୁ, ସୁଶାନ୍ତ ବେହେରାଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।