ଅନୁଗୁଳ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଅଭିଯୋଗକରି ଅନୁଗୁଳ ଭାରତୀୟ ଜନତା ପାର୍ଟୀ ତରଫରୁ ସ୍ଥାନୀୟ ଅନୁଗୁଳ ଓ ବଅଁରପାଳ ବ୍ଲକ୍ କାର୍ଯ୍ୟ।ଳୟ ଘେରାଉ କରଯାଇଥିଲା। ଓଡିଶା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱର କରାଯାଇଥିବା ଏହି ଘେରାଓରେ ରାଜ୍ୟ ସରକାର କିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ରାଜନୈତିକ ଉଦ୍ଧେଶ୍ୟ ରଖି ରାଜ୍ୟ ସରକାରଙ୍କ ଜାଣତରେ ବିଭାଗୀୟ ଅଧିକାରୀ ମାନେ ହିତାଧିକାରୀ ଚୟନର କରୁଛନ୍ତି। ୨୦୧୯ରେ କରାଯାଇଥିବା ଜିଓ ଟ୍ୟାଗିଗିଂ ଓ ଘର ସର୍ବେକ୍ଷଣରେ ବହୁ ତ୍ରୁଟି ପରିଲିଖିତ ହୋଇଥିଲା। ଏଥିରେ ବହୁ ଅଯୋଗ୍ୟ ହିତାଧିକାରୀ ତାଲିକାରେ ସ୍ଥାନ ପାଇଛନ୍ତି। ଯୋଗ୍ୟ ହିତାଧିକାରୀମାନେ ଏହି ଯୋଜନାରୁ ବାଦ ପଡିଛନ୍ତି। ଯୋଗ୍ୟ ହିତାଧିକାରୀମାନେ କିପରି ପ୍ରଧାନମନ୍ତ୍ରୀଙ୍କ ଆବାସ ଯୋଜନାରେ ଉପକୃତ ହେବେ ସେ ନେଇ ବିଜେପି ଅନୁଗୁଳ ଶାଖା ରାଜ୍ୟପାଳଙ୍କ ଉଦେଶ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲା। ଏହି ଘେରାଉ କାର୍ଯ୍ୟକ୍ରମରେ ବିଜେପି ନେତା ଆଗସ୍ତି ବେହେରା, ପ୍ରତିମା ମିଶ୍ର, ସୁଦୀପ ଗଡନାୟକ, ସୁଜାତା ଦାସ, ପ୍ରଭାତ ପ୍ରଧାନ, ନମିତା ଦଳବେହରା, ସଙ୍ଘାମିତ୍ରା ପ୍ରଧାନ, ପ୍ରଶାନ୍ତ ପୃଷ୍ଟି, ସୁଦୀପ୍ତ ସ୍ଵାଇଁ, ବିଜୟ ମାଝି, ପ୍ରଦୀପ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।