ଅନୁଗୁଳ: ଯୁବନେତା ସୌମ୍ୟରଂଜନ ସାହୁ ଭାରତୀୟ ଜନତା ଯୁବ ମୋର୍ଚ୍ଚା ମିଡିଆ ସେଲର ଦାୟିତ୍ୱ ତଥା ମୁଖପାତ୍ର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।ଜିଲ୍ଲା ସଭାପତି ସୁଦୀପ୍ତ ସ୍ୱାଇଁ ଏଥିନେଇ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛନ୍ତି।ଶ୍ରୀ ସାହୁ ଏଥି ପୂର୍ବରୁ କଂଗ୍ରେସ ଦଲରେ ଜଣେ ଟାଣୁଆ ସଂଗଠକ ଭାବେ କାମ କରୁଥିଲେ। ବିଜେପିରେ ଯୋଗ ଦାନ କରିବା ପରେ ଦଳିୟ ସଂଗଠନକୁ ମଜଭୁତ କରିବା ସହ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦାନ କରିବାସହ ଲୋକଙ୍କ ଭଲ ମନ୍ଦରେ ଠିଆ ହୋଇଥିଲେ।ସହରରେ ଥିବା ଦଳିତ ଓ ଅସହାୟ ଲୋକଙ୍କୁ ବ୍ୟକ୍ତିଗତ ଭାବେ ସାହାଯ୍ୟ କରିବା ସହ ଦଳର ନୀତି ଆଦର୍ଶକୁ କିଭଳି ଗାଁ ଗାଁରେ ପହଞ୍ଚିବ ସେଥିନେଇ କାର୍ଯ୍ୟ କରିଆସୁଛନ୍ତି ।ମିଡିଆସେଲ ଦାୟିତ୍ୱ ନେବା ପରେ ଦଳର ସଂଗଠନକୁ ମଜଭୁତ କରିବା ଦିଗରେ ସେ କାର୍ଯ୍ୟ କରିବେ ବୋଲି କହିଛନ୍ତି।