ଅନ୍ୟାନ୍ୟ

ତାଳଚେର ମେଡିକାଲ୍ କଲେଜ୍ ପାଇଁ ଜେଲ୍ ଯିବାକୁ ପୂରିଲା ବର୍ଷେ, କଳା ଦିବସ ପାଳିଲା କ୍ରିୟାନୁଷ୍ଠାନ କମିଟି

By Angul TV Bureau

July 04, 2023

ତାଳଚେର: ତାଳଚେର ସରକାରୀ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମେଡିକାଲ୍ କଲେଜ୍ ପାଇଁ ଜେଲ୍ ଯିବାର ଏକ ବର୍ଷ ପୂର୍ତ୍ତି ପାଳନ କରାଯାଇଛି।

ଏ ଅବସରରେ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଥିବା ସହିଦ ସ୍ତମ୍ଭ ସାମ୍ନାରେ କମିଟିର ଯୁଗ୍ମ ଆବାହକ ପ୍ରହ୍ଲାଦ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ କଳା ଦିବସ ପାଳନ କରାଯାଇଛି। ମିମ୍ସାରକୁ ସରକାର ଚଳାଇବା ପାଇଁ ଗତ ଜୁଲାଇ ୪ ତାରିଖ ୨୦୨୨ ରେ ଆନ୍ଦୋଳନକାରୀ ୧୬ ଜଣଙ୍କୁ ମିଥ୍ୟା କେସ୍ ଦେଇ ଜେଲ୍ ପଠାଇ ଦିଆଯାଇଥିଲା। ଆଜି କଳା ଦିବସରେ ନିଷ୍ପତ୍ତି ହୋଇଛି ଯେ ସରକାରଙ୍କ ଅନୁସାରେ ଆସନ୍ତା ୧ ଅକ୍ଟୋବର ୨୦୨୩ ଠାରୁ କଲେଜରେ ରୋଗୀ ସେବା ଆରମ୍ଭ ନ ହେଲେ କ୍ରିୟାନୁଷ୍ଠାନ କମିଟି ଗାନ୍ଧୀ ଜୟନ୍ତୀ ଦିନ ୧୨ ଘଣ୍ଟିଆ ତାଳଚେର ବନ୍ଦ କରିବ ଓ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅର୍ଥନୈତିକ ଅବରୋଧ କରାଯିବ।

ଆଜିର କାର୍ଯ୍ୟକ୍ରମରେ କମିଟିର ତାଳଚେରର ପୂର୍ବତନ ନଗରପାଳ କେଶବ ଭୂତିଆ, ପ୍ରେମାନନ୍ଦ ମହାନ୍ତି, ଗଗନ ଦାସ, ସୁକାନ୍ତ ଦାସ, ଚୈତନ୍ୟ ପ୍ରଧାନ, ଶୋଭାଗିନୀ ଦାସ, କୈଳାସ ସାହୁ, ରଣଜିତ୍ ମହାପାତ୍ର, ଅଭୟ ପାଣି, ସଂଜୀବ ନାଏକ, ବିଜୟ ମିଶ୍ର, ନରେନ୍ ସିଂ, ପ୍ରଫୁଲ୍ଲ ନାଏକ, ଆର୍ତ୍ତତ୍ରାଣ ପାଣି, ନବକିଶୋର ବାରିକ, ବଳରାମ କୁଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ।