ମୁଖ୍ୟ ଖବର

ଆସନ୍ତାକାଲି ଠାରୁ ଖୋଲିବ ଅତ୍ୟାଧୁନିକ ପାଠାଗାର ଓ ସଂଗ୍ରହାଳୟ ‘ବ୍ଲାକ୍ ଡାଇମଣ୍ଡ’

By Angul TV Bureau

December 10, 2023

ଅନୁଗୁଳ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଲୋକାର୍ପିତ କରିଥିବା ବିଶ୍ବସ୍ତରୀୟ ଅତ୍ୟାଧୁନିକ ପାଠାଗାର ଓ ସଂଗ୍ରହାଳୟ ‘ବ୍ଲାକ୍ ଡାଇମଣ୍ଡ’ ଆସନ୍ତାକାଲି (ସୋମବାର) ଠାରୁ ପାଠକ ପାଠିକାଙ୍କ ପାଇଁ ଖୋଲାଯିବ। ଏହି ପାଠାଗାର ପ୍ରତିଦିନ ପୂର୍ବାହ୍ନ ୮ ଟାରୁ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ଖୋଲା ରହିବ। ପାଠାଗାର ସରକାରୀ ଛୁଟି ଦିନରେ ବନ୍ଦ ରହିବ। ପାଠକ ପାଠିକା ମାସିକ ୧୫୦ ଟଙ୍କା ଦେୟ ପୈଠ କରି ଏହି ପାଠାଗାରର ସୁବିଧା ନେଇପାରିବେ। ପଞ୍ଜିକରଣ ନିମନ୍ତେ ଆସନ୍ତାକାଲି ୧୧ ତାରିଖ (ସୋମବାର)ରୁ ଜିଲ୍ଲା ପାଠାଗାର(ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ପରିସର) ଠାରେ ଅପରାହ୍ନ ୩ ଟାରୁ ୫ ଟା ମଧ୍ୟରେ ଆବେଦନ କରିପାରିବେ। ଆବେଦନ ନିମନ୍ତେ ଆଧାର କାର୍ଡ, ମୋବାଇଲ ନମ୍ବର, ଜନ୍ମ ତାରିଖ ଓ ସ୍ଥାୟୀ ଠିକଣା ଇତ୍ୟାଦିର ନିତ୍ୟାନ୍ତ ଆବଶ୍ୟକ ରହିଛି। ପ୍ରକାଶ ଯେ ସର୍ବସାଧାରଣଙ୍କ ପାଇଁ ଏହି ପାଠାଗାର ଖୁବ୍ ଶୀଘ୍ର ଖୋଲା ଯିବାର କାର୍ଯ୍ୟକ୍ରମ ରହିଛି।