ଅନୁଗୁଳ: ଏଣିକି ସପ୍ତାହରେ ୬ ଦିନ ଖୋଲାରହିବ ଅନୁଗୁଳସ୍ଥିତ ବିଶ୍ବସ୍ତରୀୟ ଅତ୍ୟାଧୁନିକ ପାଠାଗାର ଓ ସଂଗ୍ରହାଳୟ ‘ବ୍ଲାକ୍ ଡାଇମଣ୍ଡ’। ପ୍ରତି ସପ୍ତାହରେ କେବଳ ଗୋଟିଏ ଦିନ ଗୁରୁବାର ଏହା ବନ୍ଦ ରହିବ। ଏହା ଛଡ଼ା ସମସ୍ତ ସରକାରୀ ଛୁଟି ଦିନରେ ମଧ୍ୟ ଏହାକୁ ଖୋଲାଯିବ ବୋଲି ଜିଲ୍ଲା କାର୍ଯ୍ୟାଳୟର ନିଜାରତ ଉପବିଭାଗ ତରଫରୁ ସୂଚନା ଦିଆଯାଇଛି। ପ୍ରକାଶ ଥାଉ କି ଚଳିତ ମାସ ୧୧ ତାରିଖରୁ ଏହା ପାଠକ ପାଠିକାଙ୍କ ପାଇଁ ଖୋଲା ଯାଇଥିବା ବେଳେ ୧୯ ତାରିଖରୁ ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଥିଲା।