ଘଟଣା ଓ ଦୁର୍ଘଟଣା

ଅନୁଗୁଳରେ କଳା ପଲସର ଆତଙ୍କ: ମାରଣାସ୍ତ୍ର ଦେଖାଇ ମହିଳାଙ୍କଠାରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା

By Angul TV Bureau

September 15, 2023

ମହୀଧରପୁର: ଅନୁଗୁଳରେ କଳା ପଲସର ଆତଙ୍କ। ମାରଣାସ୍ତ୍ର ଦେଖାଇ ଦିନ ଦ୍ୱିପ୍ରହରରେ ମହିଳାଙ୍କଠାରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା। ଗୁରୁବାର ସ୍ଥାନୀୟ ବଅଁରପାଳ ଥାନା ତଳମୂଳ ଫୁଲପଡା ରାସ୍ତାରେ ମଧ୍ୟାହ୍ନରେ ଜଣେ ମହିଳା ଫାଇନାନ୍ସ କର୍ମଚାରୀ ଟଙ୍କା ଧରି ନିଜ ସ୍କୁଟି ଯୋଗେ ଫୁଲପଡା ପଞ୍ଚାୟତର ଗୁଡ଼ିଆମୁଣ୍ଡା, ଗିରିଧିବାସିଆ, ଖଇରନାଳୀ ଗ୍ରାମରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଦେଇଥିବା ଋଣ ଟଙ୍କା ଆଦାୟ କରି ଯାଉଥିବା ବେଳେ ହଠାତ ଏକ ନମ୍ବର ବିହୀନ କଳା ପଲସର ଗାଡ଼ିରେ ତିନି ଜଣ ଯୁବକ ଆସି ତାଙ୍କୁ ଅଟକାଇଥିଲେ। ମାରଣାସ୍ତ୍ର ଦେଖାଇ ସେମାନେ ମହିଳାଙ୍କ ପାଖରୁ ଆଦାୟ ହୋଇଥିବା ଲକ୍ଷେ ତେର ହଜାର ଟଙ୍କା ଛଡ଼ାଇ ନେଇଥିଲେ।

ଏନେଇ ମହିଳା ଜଣକ ମହୀଧରପୁର ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ପରେ ଲୋକେ ଆତଙ୍କିତ ଅଛନ୍ତି।