ଅନ୍ୟାନ୍ୟ

ବସନ୍ତପୁରରେ ଗୋରୁଙ୍କୁ ବ୍ଲାକ୍ କ୍ୱାର୍ଟର ଟିକାକରଣ

By Angul TV Bureau

October 12, 2026

ଅନୁଗୋଳ: ଗୋରୁଙ୍କୁ ବ୍ଲାକ୍ କ୍ୱାର୍ଟର (ବିକ୍ୟୁ) ରୋଗରୁ ସୁରକ୍ଷା ଦେବା ଏବଂ ପଶୁପାଳକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଅନୁଗୋଳ ଜିଲ୍ଲା ଜରପଡ଼ା ରେଞ୍ଜ ଅନ୍ତର୍ଗତ ବାଲିପଟା ସେକ୍ସନର ବସନ୍ତପୁର ଗ୍ରାମରେ ଏକ ସଚେତନତା ଓ ଟିକାକରଣ ଶିବିର ଆୟୋଜିତ ହୋଇଛି।

ଏହି ଶିବିରରେ ଏମ୍‌ଭିୟୁ ଟିମ୍‌, ବନ ବିଭାଗର କର୍ମଚାରୀ ଓ ସ୍ଥାନୀୟ ପ୍ରାଣୀ ଚିକିତ୍ସା କର୍ମଚାରୀ ସାମିଲ ହୋଇଥିଲେ। ଶିବିରରେ ଗୋରୁଙ୍କୁ ମୋଟ ୧୫୦ ଡୋଜ୍‌ ବ୍ଲାକ୍ କ୍ୱାର୍ଟର ଟିକା ଦିଆଯାଇଥିଲା। ଏଥିସହ ଗୋରୁଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା, ରୋଗ ପ୍ରତିରୋଧ କରିବା ଏବଂ ଠିକ୍ ସମୟରେ ଟିକାକରଣ କରାଇବାର ଆବଶ୍ୟକତା ସମ୍ପର୍କରେ ଗ୍ରାମବାସୀଙ୍କୁ ସଚେତନ କରାଯାଇଥିଲା।