ଅନୁଗୁଳ: ଆଜି ଅନୁଗୁଳ ସହର ହେମସୁରପଡ଼ା ଅଞ୍ଚଳର ଏସ ଦଳବେହେରାଙ୍କ ପାଖକୁ ଦିନ ୧୧:୫୧ ମିନିଟରେ ଏକ ଭଏସ୍ କଲ୍ ଆସିଥିଲା। ପୋଲିସ ପ୍ରୋଫାଇଲ୍ ଫଟୋ ଥାଇ କଲର୍ ଜଣକ ନିଜକୁ ସିବିଆଇ ଅଫିସର ବୋଲି ପରିଚୟ ଦେଇଥିଲେ। ସେ ଦଳବେହେରା ବାବୁଙ୍କ ଝିଅ ଡ୍ରଗସ୍ ବେପାର କରୁଛି ବୋଲି ଅଭିଯୋଗ କରି ବାପାଙ୍କୁ ଧମକାଇଥିଲେ। ବାପା ପାକିସ୍ଥାନରୁ ଆସିଥିବା ଏହି କଲର୍ ଜଣକୁ ସେ ଥାନା ସହ ଯୋଗାଯୋଗ କରି ପଦକ୍ଷେପ ନେବେ ବୋଲି କହିବାରୁ କଲର୍ ଜଣକ କଲ୍ କାଟି ଦେଇଥିଲେ। ଏହିଭଳି ଭାବେ ପାକିସ୍ଥାନରେ ରହି ଏକ ରାକେଟ ଲୋକଙ୍କୁ ବ୍ଲାକ ମେଲ୍ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ଜନ ସାଧାରଣ ଏଥିପ୍ରତି ସତର୍କ ରହିବାକୁ ପୋଲିସ ପରାମର୍ଶ ଦେଇଛି।