ମୁଖ୍ୟ ଖବର

ଜମି ଦଲାଲ ସୁଶୀଲ କୁମାରଙ୍କ ବ୍ଲାକମେଲିଙ୍ଗ: ପୀଡିତ ଶିକ୍ଷକଙ୍କ ଆତ୍ମହତ୍ୟା ଉଦ୍ୟମ ବିଫଳ!!

By Angul TV Bureau

March 21, 2025

ଅନୁଗୁଳ: ଜନୈକ ଜମି ଦଲାଲ ତଥା ବଡ ବଡ ପ୍ରଶାସନିକ ଅଧିକାରୀଙ୍କ ପାଖ ଲୋକ କହି ନିଜ ସ୍ୱାର୍ଥ ହାସଲ କରୁଥିବା ସୁଶୀଲ କୁମାର ନାମକ ଅଣ ଓଡ଼ିଆ ବ୍ୟବସାୟୀଙ୍କ ବ୍ଲାକମେଲିଙ୍ଗରେ ଅତିଷ୍ଠ ହୋଇ ବାଗେଡ଼ିଆ ବଣିଆନଟିର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବଂଶୀଧର ଦେହୁରୀ ଗତ ରବିବାର ଦିନ ଘରୁ ପଳାଇ ସମ୍ଭବତଃ ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିଲେ। ପରିବାର ଲୋକେ ରାତିରେ ପୋଲିସ ସହାୟତାରେ ବଂଶୀଧରଙ୍କୁ ଘରଠାରୁ ଦୁଇ କିମି ଦୂର ଏକ ଜଙ୍ଗଲରେ ଠାବ କରି ଫେରାଇ ଆଣିବାରେ ସମର୍ଥ ହୋଇଥିଲେ।

ଏଠାରେ ସୂଚନା ଯୋଗ୍ୟ ଯେ, ଉକ୍ତ ଜମି ଦଲାଲ ସୁଶୀଲ କୁମାର ଶିକ୍ଷକ ବଂଶୀଧରଙ୍କୁ ବ୍ଲାକମେଲ କରି ଏକାଧିକ ଲୋକଙ୍କ ସହାୟତାରେ ପ୍ରାୟ ଦୁଇ କୋଟିରୁ ଊର୍ଧ୍ୱ ଟଙ୍କା ନେବା ପରେ ତାଙ୍କୁ ମାରି ଦେବାକୁ ଧମକ ମଧ୍ୟ ଦେଉଛନ୍ତି। ପୀଡିତ ଶିକ୍ଷକ ବଂଶୀଧରଙ୍କ ଝିଅ ଏଥିନେଇ ଗତ ୬ ତାରିଖରେ ଏତଲା ଦେବା ପରେ ସୁଶୀଲଙ୍କ ସମେତ ରଂଜିତ ଅଗ୍ରୱାଲ, ରଂଜିତ ଙ୍କ ପତ୍ନୀ ଓ ତାଙ୍କ ବୋଲହାକ କରୁଥିବା ବିଜୟ କୁମାର ବେହେରାଙ୍କ ନାମରେ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଦଫାରେ ମାମଲା ରୁଜୁ କରି ପୋଲିସ ଚୁପ ବସି ଯାଇଛି। ତେଵେ ପ୍ରଶ୍ନ ଉଠୁଛି ଏ ସୁଶୀଲ କୁମାର କିଏ, ନିଜ ପାଇଁ ନା ଆଉ କାହା ପାଇଁ ଜମି ଦଲାଲି କରନ୍ତି। ପ୍ରଧାନ ଶିକ୍ଷକ ବଂଶୀଧରଙ୍କୁ ବ୍ଲାକ ମେଲ କରିବା ପଛର ଅସଲ ଉଦ୍ଦେଶ୍ୟ କଣ ?

ତେବେ ପୀଡିତ ପ୍ରଧାନ ଶିକ୍ଷକଙ୍କୁ ତୁରନ୍ତ ନ୍ୟାୟ ନମିଳିଲେ ସେ ରାଜ୍ୟ ପୋଲିସ ମହା ନିର୍ଦେଶକ କିମ୍ବା ମୁଖ୍ୟ ମନ୍ତ୍ରୀଙ୍କୁ ଭେଟିବେ ବୋଲି ତାଙ୍କ ପରିବାର ଲୋକେ ଜଣାଇଛନ୍ତି।