ମୁଖ୍ୟ ଖବର

ଫାଟିଲା ନାଲକୋ ଆସ୍ ପାଇପ୍ ଲାଇନ୍ , ଠିକା ସଂସ୍ଥା କହିଲା- ଖବର ପହଞ୍ଚିନି

By Angul TV Bureau

December 05, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ତେଣ୍ଟୋଲୋଇ ଗ୍ରାମ ଦେଇ ଯାଇଥିବା ନାଲକୋ ଆସ ପାଇପ ଲାଇନ୍ ଫାଟି ଯାଇଛି। ସୂଚନା ମୁତାବକ, ମଙ୍ଗଳବାର ସକାଳେ ତେଣ୍ଟୋଲୋଇ ଗ୍ରାମ ଦେଇ ଯାଇଥିବା ନାଲକୋ ଆସ ପାଇପ ଲାଇନ କୌଣସି କାରଣରୁ ଫାଟି ଯାଇଥିଲା। ଜୋରରେ ଶବ୍ଦ କରି ପାଇପରୁ ଆସ୍ ପାଣି ବାହାରିଥିଲା। ଏହା ଦେଖି ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇପଡ଼ିଥିଲେ। ତେବେ ଦୀର୍ଘଦିନ ହେଲା ଏହି ଜାଗାରୁ ପାଇପ ଫାଟି ଆସ ପାଣି ବାହାରୁଥିବା ବେଳେ ନାଲକୋ କିମ୍ବା ଟେଣ୍ଡର ନେଇଥିବା ଠିକା ସଂସ୍ଥା କୌଣସି ପଦକ୍ଷେପ ନେଇନ ଥିଲେ।

ଏ ନେଇ ଠିକାସଂସ୍ଥା ଚୈତନ୍ୟ ମାଝୀ କନଷ୍ଟ୍ରକସନର ସୁପରଭାଇଜରଙ୍କୁ ପଚାରିବାରୁ ଏ ବିଷୟରେ ଆମକୁ କେହି ଖବର ଦେଇନଥିବା କହିଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ବ୍ୟକ୍ତ କରିଥିବା ଜଣାଯାଇଛି।