ଅନ୍ୟାନ୍ୟ

ପୋକତୁଙ୍ଗା ପ୍ରାଥମିକ ବିଦ୍ୟାଳୟରେ ଆଉ ଏକ ଶ୍ରେଣୀ ଗୃହର ଶିଳାନ୍ୟାସ କଲେ ବ୍ଲକ ଅଧ୍ୟକ୍ଷା

By Angul TV Bureau

December 20, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ଖଣିଜ ପାଣ୍ଠି ଆନୁକୂଲ୍ୟରେ ଅନୁଗୁଳ ବ୍ଲକ ପୋକତୁଙ୍ଗା ପ୍ରାଥମିକ ବିଦ୍ୟାଳୟରେ ଆଉ ଏକ ଶ୍ରେଣୀ ଗୃହର ଶିଳାନ୍ୟାସ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ସାହୁ, ସମ୍ମାନିତ ଅତିଥି ଭାବରେ ପୋକତୁଙ୍ଗା ସରପଞ୍ଚ ସୁଜିତ ମହାଳିକ, ବ୍ଲକ ବିଜେଡି ସଭାପତି ସରୋଜ ନାରାୟଣ ସାହୁ, ନାଏବ ସରପଞ୍ଚ କବିତା ଦେହୁରୀ ପ୍ରମୁଖ ଯୋଗ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ୱାର୍ଡ ମେମ୍ବର ବୁଧଦେବ ମହାଳିକ, ଜୟନ୍ତ ବେହେରା, ହୀରାଲାଲ ପ୍ରଧାନ, ପୂର୍ବତନ ସମିତି ସଭ୍ୟ ଝଟକ ଦେହୁରୀ, ଶିକ୍ଷା ପରିଚାଳନା କମିଟି ସଭାପତି ପ୍ରଦୀପ ପ୍ରଧାନ, ପ୍ରଶାନ୍ତ ସାମଲ, ବୁଲୁ ସାହୁ, ଦିନେଶ ଦେହୁରୀ, ଅନିରୁଦ୍ଧ ପ୍ରଧାନ, ପୁଟୁ ପ୍ରଧାନ, ସୁରେଶ ପ୍ରଧାନ, ବିପିନ ପ୍ରଧାନ, ଜୟକୃଷ୍ଣ ବେହେରାଙ୍କ ସମେତ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ।