ଅନ୍ୟାନ୍ୟ

ଅନୁଗୁଳ ଜିଲ୍ଲା କୃଷକ କ୍ଲବ ମହାସଂଘର ସଚେତନତା କାର୍ଯ୍ୟକ୍ରମ

By Biswaranjan Pattnaik

January 10, 2024

ଅନୁଗୁଳ: ଆଜି ପୂର୍ବାହ୍ନରେ ଅନୁଗୁଳ ସହର ଉପକଣ୍ଠ ପଞ୍ଚ ମହଲାସ୍ଥିତ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଜିଲ୍ଲା କୃଷକ କ୍ଲବ ମହାସଂଘ ପକ୍ଷରୁ ସଭାପତି ଅରକ୍ଷିତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

କାର୍ଯ୍ୟକ୍ରମରେ ଅନୁଗୁଳ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବରିଷ୍ଠ ବୈଜ୍ଞାନିକ ଡଃ ଦେବାଶିଷ ମିଶ୍ର ମୁଖ୍ୟ ଅତିଥି ଏବଂ ବରିଷ୍ଠ ବୈଜ୍ଞାନିକ ଡ. ତିର୍ଯ୍ୟକ କୁମାର ସାମନ୍ତ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ। ସଚେତନତା କାର୍ଯ୍ୟକ୍ରମରେ ସଦସ୍ୟମାନେ ନୂତନ ବର୍ଷକୁ ସ୍ଵାଗତ କରିବା ସହ ଜିଲ୍ଲା କୃଷକ କ୍ଲବ ମହାସଂଘର ୫୦ ଟି କ୍ଲବର ୬୩ ଜଣ ସଦସ୍ୟ ଯୋଗ ଦେଇ ଆଗାମୀ ଦିନର କାର୍ଯ୍ୟକ୍ରମ ପାଇଁ ଖସଡ଼ା ପ୍ରସ୍ତୁତ କରିଥିଲେ। ଅପରାହ୍ନରେ “ପ୍ରାକୃତିକ କୃଷି ପ୍ରଣାଳୀର ବିସ୍ତାରିକରଣ” ଯୋଜନା ସମ୍ବନ୍ଧୀୟ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇ ପ୍ରାକୃତିକ କୃଷି ଏବଂ ଚିରନ୍ତନ କୃଷିରେ ଏହାର ଉପାଦେୟତା ଉପରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା।

ବୈଠକରେ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡ଼. ଦେବାଶିଷ ମିଶ୍ର ଅଧ୍ୟକ୍ଷତା କରୁଥିବା ବେଳେ ବରିଷ୍ଠ କ୍ଷେତ୍ର ବିଜ୍ଞାନୀ ଡ. ତିର୍ଯ୍ୟକ କୁମାର ସାମନ୍ତ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକଗଣ ତଥା ଅନ୍ୟାନ୍ୟ ଅଧିକାରୀ ବୃନ୍ଦ ଏବଂ ମହାସଂଘ ପକ୍ଷରୁ ଦାମୋଦର ଦାସ, ପ୍ରତାପ ଚନ୍ଦ୍ର ପ୍ରଧାନ (ଛେଣ୍ଡିପଦା), ଅଶୋକ ବେହେରା (ଅନୁଗୁଳ), ତ୍ରେତାନନ୍ଦ ସାମନ୍ତ (ବଅଁରପାଳ), ଅର୍ଜୁନ ସାହୁ (ଜଗନ୍ନାଥପ୍ରଧାନ), ବାରିହା ବାବୁ (ତାଳଚେର) ଏବଂ ପାଳଲହଡ଼ା ପ୍ରମୁଖ ସଦସ୍ୟ ଏବଂ ଉପଦେଷ୍ଟା ଆଡଭୋକେଟ୍ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।