କଣିହାଁ: ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ଆନୁକୂଲ୍ୟରେ କଣିହାଁ ପ୍ରାଣୀ ଚିକିତ୍ସାଳୟ କାର୍ଯ୍ୟାଳୟ ପରିସରରେ ଶନିବାର ଦିନ ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ପାଳଲହଡ଼ା ବିଧାୟକ ଆଶୋକ ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧି ତ୍ରିପୁରାରୀ ପ୍ରଧାନ, ତାଳଚେର ବିଧାୟକଙ୍କ ପ୍ରତିନିଧି ସୁନିଲ କୁମାର ପ୍ରଧାନ, କଣିହାଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ, ଉପାଧ୍ୟକ୍ଷା ଜୟନ୍ତୀ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ରଞ୍ଜନ ସାହୁ, କଣିହାଁ ବିଡିଓ ତ୍ରିବିକ୍ରମ କୁମୁରା, ତାଳଚେର ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡାଃ ସୁବାଷ ଚନ୍ଦ୍ର ସାହୁ, ଅନୁଗୁଳ ସହକାରୀ ମତ୍ସ୍ୟ ଚିକିତ୍ସା ଅଧିକାରୀ ମହାକୁଡ ରାଟେଲ, ଏବଂ କଣିହାଁ ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଶୁଭେନ୍ଦୁ ରଞ୍ଜନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।
ମେଳାରେ ମତ୍ସ୍ୟ, ପ୍ରାଣୀସମ୍ପଦ ଓ ଅନ୍ୟାନ୍ୟ ବିଭାଗୀୟ କାର୍ଯ୍ୟକ୍ରମର ପ୍ରଦର୍ଶନୀ, ଚାଷୀ-ବିଶେଷଜ୍ଞ ଆଲୋଚନାଚକ୍ର, ସଚେତନତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କଣିହାଁ ପ୍ରାଣୀ ଚିକିତ୍ସା ଅଧିକାରୀ ଶୁଭେନ୍ଦୁ ରଞ୍ଜନ ସେଠୀ ସଂଯୋଜନା କରିଥିବା ବେଳେ ଡାଃ ଅଙ୍କିତା ଆରାଧନା ମଞ୍ଚ ପରିଚାଳନା କରିଥିଲେ । ଶେଷରେ ଡାଃ ତୁଷାରକାନ୍ତ ଗଡ଼ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।