ଅନ୍ୟାନ୍ୟ

ବ୍ଲକ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା

By Angul TV Bureau

October 27, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକର ଲୁହାମୁଣ୍ଡା ମା’ ହିଙ୍ଗୁଳାଈ ଉଚ୍ଚ ବିଦ୍ୟାଳୟ ପରିସରରେ ରବିବାର ବ୍ଲକ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏଥିରେ ୫୧ ଜଣ ଛାତ୍ରଛାତ୍ରୀ ବିଭିନ୍ନ ବିଦ୍ୟାଳୟରୁ ଅଂଶଗ୍ରହଣ କରିଥିଲେ।

ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ବିଚିତ୍ରାନନ୍ଦ ସାହୁ, ମୁଖ୍ୟ ବକ୍ତା ଭାବେ ସରସ୍ୱତୀ ଶିଶୁ ମନ୍ଦିର, କୁମଣ୍ଡ ଜରାସିହାର ପ୍ରଧାନାଚାର୍ଯ୍ୟ ଚନ୍ଦ୍ରଶେଖର କର ଏବଂ ସମ୍ମାନିତ ଅତିଥି ଭାବେ ଶିକ୍ଷକ ନିତ୍ୟାନନ୍ଦ ବାରିକ ଯୋଗ ଦେଇଥିଲେ। ପ୍ରଜ୍ଞାନ ମିଶନର ଜିଲ୍ଲା ସଂଯୋଜକ ଡକ୍ଟର ସିଦ୍ଧଚରଣ ସାମନ୍ତରାୟ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ବିଚାରକ ଭାବେ ଠାକୁର ଗଡ଼ ଉଚ୍ଚ ବିଦ୍ୟାଳୟର ଚିଦାନନ୍ଦ ଦେହୁରୀ, ମା’ ମାହେଶ୍ୱରୀ ଉଚ୍ଚ ବିଦ୍ୟାଳୟର ହରିଶ୍ଚନ୍ଦ୍ର ସାହୁ, ସପନେଶ୍ୱର ଜୀଉ ଉଚ୍ଚ ବିଦ୍ୟାଳୟର ନିରୁପମା ବାରିକ, ମା’ ହିଙ୍ଗୁଳାଈ ଉଚ୍ଚ ବିଦ୍ୟାଳୟର ବାସୁଦେବ ବେହେରା ଏବଂ ଆର୍ଯ୍ୟ ଭଟ୍ଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଅନୁଗୋଳର ଅବିନାଶ ବାରିକ ଦାୟିତ୍ୱ ନେଇଥିଲେ। କୃତି ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ବିତରଣ କରାଯାଇଥିଲା।