ମୁଖ୍ୟ ଖବର

ବ୍ଲକସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ: ଯୋଗ ଦେଲେ ୩୦୦ରୁ ଊର୍ଦ୍ଧ୍ଵ ବିଭିନ୍ନ ବର୍ଗର ମହିଳା

By Angul TV Bureau

February 16, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ପ୍ରଶାସନ ଓ ଓଡ଼ିଶା ରାଜ୍ୟ ମହିଳା କମିଶନର ମିଳିତ ଆନୁକୂଲ୍ୟରେ ଛେଣ୍ଡିପଦା ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ର ସଭାଗୃହ ଠାରେ ବ୍ଲକସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ୩୦୦ରୁ ଊର୍ଦ୍ଧ୍ଵ ବିଭିନ୍ନ ବର୍ଗର ମହିଳା ଯଥା: ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ସ୍ବୟଂ ସହାୟକ ଦଳର ସଭ୍ୟା, କଲେଜ ଛାତ୍ରଛାତ୍ରୀ, ପଞ୍ଚାୟତିରାଜ ପ୍ରତିନିଧି, ସଖି ୱାନ ସ୍ଟପ ସେଂଟର୍ କର୍ମୀ, ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମୀ, ଯୁବ ପ୍ରତିନିଧି, ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ସୁପରଭାଇଜର ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ଉଦଘାଟନୀ ଉତ୍ସବରେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଜିଲ୍ଲା ପରିଷଦ ସଭ୍ଯ ଯଶୋବନ୍ତ ବେହେରା, ସରପଞ୍ଚ ସୁଦୀପ୍ତ ପ୍ରଧାନ, ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ରର ଅଧ୍ୟକ୍ଷ ବିକ୍ରମ କୁମାର ସାହୁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ନିରୂପମା ପାଣି, ସମାଜ ମଙ୍ଗଳ ଅଧିକାରିଣୀ ପାର୍ବତୀ ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅରବିନ୍ଦ ବେହେରା, ପୋଲିସ ସବ ଇନିସପେକଟର ଶୁଭଲକ୍ଷ୍ମୀ, ଡାକ୍ତରଖାନା ଭାରପ୍ରାପ୍ତ ଅଧିକାରୀ ସଂଘମିତ୍ରା ଦାସ ପ୍ରମୁଖ ଅଂଶଗ୍ରହଣ କରି ଲିଙ୍ଗଗତ ବିଷମତା, ଘରୋଇ ହିଂସା, ମହିଳା ସୁରକ୍ଷା ଆଇନ ଓ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ମତାମତ ଦେଇଥିଲେ। ପରେ ବିଧାୟକ ବାଲ୍ୟବିବାହ ତଥା ଶିଶୁ ସୁରକ୍ଷା ପାଇଁ ସାମୂହିକ ଶପଥପାଠ କରାଇଥିଲେ।

ଅନ୍ୟମାନଙ୍କ ଶିକ୍ଷକ ମଦନ ସୁନ୍ଦର ପ୍ରଧାନ, ବାଲ୍ୟ ବିବାହ ନିରାକରଣ ଜିଲ୍ଲା ସଂଯୋଜକ ସନ୍ତୋଷ କୁମାର ବେହେରା, ମିଶନ ଶକ୍ତି ଜିଲ୍ଲା ସଂଯୋଜକ ବିଦ୍ୟାଧର ପ୍ରଧାନ, ତାପଜ କୁମାର ପାଣି, ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ସୁଷମା ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।