ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ତୁରଙ୍ଗ ପଞ୍ଚାୟତର ସ୍କୁଲରେ ଆଜି ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୨ ଅନୁଷ୍ଠିତ ହୋଇଛି। ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ବଅଁରପାଳ ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ନାଥ ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବାନନ୍ଦ ଖୁଣ୍ଟିଆଙ୍କ ସମେତ ତୁରଙ୍ଗ ପଞ୍ଚାୟତର ସରପଞ୍ଚ ସମରେନ୍ଦ୍ର ଦେହୁରୀ, ପ୍ରଦୀପ୍ତ କୁମାର ମାଝୀ, କୁଳମଣି ସାହୁ, ମହେଶ୍ୱର ସାହୁ, ଜିତେନ୍ଦ୍ର କୁମାର ମିଶ୍ର, ସୁଷମା ପଟ୍ଟନାୟକ, ଶରତ ଚନ୍ଦ୍ର ସାହୁ ଯୋଗ ଦେଇଥିଲେ। ଏହି ମହୋତ୍ସବରେ ୩୦୦ ରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ୧୧ଟି ପ୍ରତିଯୋଗିତା ହୋଇଥିଲା। ଜୁନିୟର୍ ଗ୍ରୁପ ୪ର୍ଥ ରୁ ୭ମ ଶ୍ରେଣୀର ୮ ଟି ବିଭାଗ ଓ ସିନିୟର୍ ଗ୍ରୁପ ୮ମ ରୁ ୧୦ମର ୮ ଟି ବିଭାଗ ରହିଥିବା ବେଳେ ସ୍କୁଲର ଗାଇଡ୍ ପାଇଁ ୨୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।