ଅନୁଗୁଳ: ସ୍ଥାନୀୟ କଲେଜପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ବ୍ଲକ୍ ସ୍ତରୀୟ କାର୍ଯ୍ୟକ୍ରମ ସୁରଭି ଆୟୋଜିତ ହୋଇଯାଇଛି। ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ରୂପେ ଉତ୍ସବକୁ ଉଦ୍ଘାଟନ କରିଥିଲେ। ମୁଖ୍ୟ ବକ୍ତା ରୂପେ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ ଯୋଗ ଦେଇ ଶିଶୁ ମାନଙ୍କ ପ୍ରତିଭାର ବିକାଶ ପାଇଁ ସୁରଭି ପ୍ରକୃଷ୍ଟ ମଞ୍ଚ ବୋଲି କହିଥିଲେ। ପିଲାମାନେ ଦେଶର ଭବିଷ୍ୟତ। ସେମାନଙ୍କ ନିକଟରେ ଥିବା ପ୍ରତିଭାର ବିକାଶ ହୋଇ ପାରିଲେ ସେମାନେ ସଫଳତାର ଶୀର୍ଷକୁ ଯାଇ ପାରିବେ।ଏଥିନେଇ ଗୁରୁ ବା ଶିକ୍ଷକ ମାନଙ୍କ ଅବଦାନ ଅନେକ ରହିଛି ବୋଲି ଶ୍ରୀ ସାହୁ କହିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଶୋକ କୁମାର ପ୍ରଧାନ, ଏବିଇଓ ପ୍ରଦ୍ୟୁମ୍ନ ମିଶ୍ର, ସଂସାର ଭୋଇ ଏବଂ କଲେଜପଡା ସ୍କୁଲ ପ୍ରଧାନ ଶିକ୍ଷକ ମନୋଜ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଏ ଅବସରରେ ପେଣ୍ଟିଂ,ପ୍ରବନ୍ଧ,ବିତର୍କ,ନୃତ୍ୟ ,ସଙ୍ଗୀତ,କ୍ୱିଜ ଆଦି ପ୍ରତିଯୋଗିତା କରାଯାଇ ବିଜୟୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ବିଜୟୀ ମାନେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ।