ମୁଖ୍ୟ ଖବର

ଏନଟିପିସିରେ ନିଯୁକ୍ତି ଦାବି, ଦୁର୍ଘଟଣାରେ ମୃତକଙ୍କ ଶବ ରଖି ରାସ୍ତା ଅବରୋଧ କଲେ ଗାଁ ଲୋକ

By Angul TV Bureau

November 28, 2022

ତାଳଚେର: କ୍ଷତିପୂରଣ ଦାବିରେ ଆଜି ସ୍ଥାନୀୟ ତାଳଚେର ବ୍ଲକ କଙ୍କିଳି ପଞ୍ଚାୟତ ସଇନାଳି ଗାଁ ଲୋକ ଦୁର୍ଘଟଣାରେ ମୃତକଙ୍କ ଶବକୁ ରଖି ରାସ୍ତା ଅବରୋଧ କରିଛନ୍ତି। ସୂଚନା ମୁତାବକ, ଦୁଇ ଦିନ ତଳେ ସଇନାଳି ଗାଁର ମିଟୁ ସାହୁଙ୍କ ଏକ ମାତ୍ର ପୁଅ ଦୁଷ୍ମନ୍ତ ସାହୁଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ସେ ଏନଟିପିସିରେ ଗାର୍ଡ ଭାବେ କାମ କରୁଥିଲେ। ଏଣୁ ଏନଟିପିସିରେ ନିଯୁକ୍ତି ଦାବି କରି ପଞ୍ଚାୟତବାସୀ ଆନ୍ଦୋଳନ କରିଥିବା ଜଣାଯାଇଛି।