ଅନ୍ୟାନ୍ୟ

କାର୍ତ୍ତିକେଶ୍ବର ପୂଜା କମିଟି ପକ୍ଷରୁ ରକ୍ତଦାନ ଶିବିର, ୬୧ ୟୁନିଟ ରକ୍ତ ସଂଗୃହୀତ

By Angul TV Bureau

November 05, 2022

ଅନୁଗୁଳ: ଆଜି ଆଠମଲ୍ଲିକ ନିର୍ବାଚନମଣ୍ଡଳୀ ଅନୁଗୁଳ ବ୍ଲକର କୋଠଭୂଇଁ ପଞ୍ଚାୟତରେ କୋଠଭୂଇଁ କାର୍ତ୍ତିକେଶ୍ବର ପୂଜା କମିଟି ଓ ଓଡିଶା ମୋ ପରିବାର ଆନୁକୂଲ୍ୟରେ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଶିବିରରେ ୬୧ ୟୁନିଟ ରକ୍ତ ସଂଗୃହୀତ ହୋଇଛି।

ଶିବିରରେ ମୁଖ୍ୟ ଅତିଥି ଭାବେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଉପସ୍ଥିତ ରହି ସମସ୍ତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନ ଓ ବରିଷ୍ଠ ବିଜେଡି ନେତା କୈଳାଶ ସାହୁ ଶିବିରକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଧାୟକଙ୍କ ପ୍ରତିନିଧି ସଞ୍ଜିବ କୁମାର ସ୍ବାଇଁ, ଜୀବନ ବିନ୍ଦୁ ସହ ସଂଯୋଜକ ତଥା ଜିଲ୍ଲା ପରିଷଦ ପ୍ରିୟଦର୍ଶୀ ପଟ୍ଟନାୟକ, ବ୍ଲକ ଅଧ୍ୟକ୍ଷ ରାଜଶ୍ରୀ ସାହୁ, ବ୍ଲକ ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପ୍ରଧାନ, ସମବାୟ ଡାଇରେକ୍ଟର ସରୋଜ ନାଏକ, ପୂର୍ବତନ ସରପଞ୍ଚ ସୁରେଶ ସାହୁ, କୋଠଭୂଇଁ ସରପଞ୍ଚ ଜୟନ୍ତୀ ବେହେରା, ସମିତିସଭ୍ୟ ବିନତା ସାହୁ ଓ ଯୁବ ନେତା ଅରୁନାଭ ସିଂହ ଉପସ୍ଥିତ ଥିଲେ। ଶିବିରକୁ କୋଠଭୂଇଁ କାର୍ତ୍ତିକେଶ୍ବର ପୂଜା କମିଟିର କର୍ମକର୍ତ୍ତା ପରିଚାଳନା କରିଥିଲେ।